ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ- ଆୟୁଷ୍ମାନ ଭାରତ ଯୋଜନା

ଭୁବନେଶ୍ୱର,୧୬ା୧୨: ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ – ଆୟୁଷ୍ମାନ ଭାରତ ଯୋଜନା । ଭାରତ ସରକାରଙ୍କ ସହ ଏ ନେଇ ଆଲୋଚନା କରି ପ୍ରସ୍ତୁତି ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ 3 କୋଟି 50 ଲକ୍ଷ ଲୋକଙ୍କୁ ସାମିଲ କରାଯିବ । ଆୟୁଷ୍ମାନ ଭାରତ ଯୋଜନାରେ 5 ଲକ୍ଷ ଟଙ୍କାର ସହାୟତା ମିଳିବ । ଏହାସହ ମହିଳା ମାନଙ୍କ ପାଇଁ 10 ଲକ୍ଷ ଟଙ୍କାର ସହାୟତା ପାଇଁ ବ୍ୟବସ୍ଥା କରିବେ ସରକାର । ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇନଥିବାରୁ ଏହି ଦୁଇଟି ରାଜ୍ୟକୁ ଛାଡ଼ି ଦେଶ ସାରା ସବୁ ରାଜ୍ୟରେ ଓଡ଼ିଶା ଲୋକ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ସ୍ବାସ୍ଥ୍ୟ ସେବା ପାଇ ପାରିବେ ।ଇନସ୍ୟୁରାନସ ନୁହେଁ ଆସ୍ୟୁରାନ୍ସ ମୋଡରେ ମିଳିବ ସ୍ବାସ୍ଥ୍ୟ ସହାୟତା । ଦେଶ ସାରା 27 ହାଜର ମେଡିକାଲରେ ଓଡ଼ିଶାର ଲୋକ ମାନେ ଚିକିତ୍ସା ସେବା ପାଇପାରିବେ । ପୂର୍ବ କାର୍ଡରେ ମାତ୍ର 957 ହସ୍ପିଟାଲରେ ଚିକିତ୍ସା ମିଳିବାର ବ୍ୟବସ୍ଥା ଥିଲା । ପ୍ରବାସୀ ଶ୍ରମିକ ମାନେ ଏହି ଯୋଜନା ଦ୍ଵାରା ବିଶେଷ ଭାବେ ଲାଭବାନ ହେବେ । ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ଭାରତ ଯୋଜନା ପାଇଁ ରାଜ୍ୟ ସରକାର 3500 କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଥିବା କାର୍ଡର ମଧ୍ୟ ହେଡ୍ ଅଫ ଆକାଉଣ୍ଟ ମଧ୍ୟ ପରିବର୍ତ୍ତନ ହୋଇ ସାରିଛି । ଏହି ସମସ୍ତ ସୂଚନା ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଜାରି କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!