ପରଲୋକରେ ଉସ୍ତାଦ୍ ଜାକିର ହୁସେନ୍

ନୂଆଦିଲ୍ଳୀ,୧୬।୧୨: ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ଦେହାନ୍ତ ହୋଇଛି। ପରଲୋକରେ ବିଶ୍ବ ବିଖ୍ୟାତ ତବଲା ବାଦକ   ଜାକିର ହୁସେନ୍। ଗତକାଲି ହୃଦଘାତ ଜନିତ ସମସ୍ୟାରୁ ସେ ଆମେରିକାର ସାନ୍ ଫ୍ରାନ୍ସିସକୋରେ ଏକ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ସଙ୍ଗୀତ ସାଧନା ପାଇଁ ଜାକିର ହୁସେନ୍ ମିଳିଛି ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ସମ୍ନାନ। ଉସ୍ତାଦ ଜାକିର ହୁସେନ୍ ୩ ଥର ପାଇଛନ୍ତି ଗ୍ରାମୀ ଆୱାର୍ଡ। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଛି। ୧୯୯୯ ରେ ତାଙ୍କୁ ଆମେରିକାର ନ୍ୟାସନାଲ ଏଣ୍ଡୋମେଣ୍ଟ ଜାତୀୟ ଐତିହ୍ୟ ଫେଲୋସିପ୍ ପ୍ରଦାନ କରିଥିଲା। ଏହା ପରେ ଉସ୍ତାଦ୍ ଜାକିର ହୁସେନ୍ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଶ୍ୱ ରାଷ୍ଟ୍ରଦୂତ ଭାବରେ ମାନ୍ୟତା ପାଇଲେ।୧୯୫୧ ମାର୍ଚ୍ଚ ୯ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ଜାକିର ହୁସେନ୍। ମାତ୍ର ତିନି ବର୍ଷ ବୟସରେ ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ ଜାକିର । ସପ୍ତାହ ତଳେ ସେ ମେଡିକାଲରେ ଭର୍ତ୍ତି ହୋଇଥିବା ତାଙ୍କ ବନ୍ଧୁ ବଂଶୀ ବାଦକ ରାକେଶ ଚୌରାସିଆ ସୂଚନା ଦେଇଥିଲେ। ତାଙ୍କ ବିୟୋଗରେ କେବଳ ଭାରତ ନୁହେଁ, ସମଗ୍ର ବିଶ୍ବ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!