ଆଜି ପବିତ୍ର ଧନୁ ସଂକ୍ରାନ୍ତ। ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ଆରମ୍ଭ

ପୁରୀ,୧୬।୧୨: ଆଜି ପବିତ୍ର ଧନୁ ସଂକ୍ରାନ୍ତି। ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ନୀତି ଆରମ୍ଭ ହୋଇଛି। ଏଥିଲାଗି ଆଜି ରାତ୍ର ୨ଟା ୧୫ରୁ  ଦ୍ଵାର ଫିଟା ଯାଇଛି। ୩ଟାରେ ଠାକୁରଙ୍କର ମଙ୍ଗଳ ଆରତି, ରୋଷ ହୋମ, ୩ଟା ୪୫ ରେ ମଇଲମ-ତଡପଲାଗି, ୪ଟାରେ ଅବକାଶ, ୪ଟା ୪୫ରେ ସୂର୍ଯ୍ୟ ପୂଜା  ଏବଂ ୫ଟାରେ ଦ୍ଵାର ପାଳ ପୂଜା ଅନୁଷ୍ଠିତ ହୋଇଛି। ଗୋପାଳ ବଲ୍ଲଭ ପରେ ମହାପ୍ରଭୁଙ୍କର ପହିଲି ଭୋଗ ନୀତି କରାଯାଇଛି। ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ପ୍ରତ୍ୟହ ଏହି ନୀତି ଚାଲିବ।ଏହି ଅବସରରେ ୨୪ ପ୍ରକାରର ପିଠା ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କଠାରେ ଭୋଗ ଲାଗାଯିବ। ଆଜି ରାତ୍ର ୨ଟା ୧୫ରେ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ସଂପନ୍ନ ହୋଇଛି। ପରେ ମଙ୍ଗଳି ଆଳତି ହୋଇ ଭୋର ସମୟରୁ ପହିଲି ଭୋଗ ନୀତି ସମ୍ପନ୍ନ ହୋଇଛି। ଏହାର ଅର୍ଥ କାଉ କା କହିବା ପୂର୍ବରୁ ପହିଲି ଭୋଗ ନିତୀ ସମ୍ପନ୍ନ ହେବା ପରମ୍ପରା ରହିଛି।ତେଣୁ ଶ୍ରୀମନ୍ଦିରରେ ମା ଲକ୍ଷ୍ମୀଙ୍କ ଅନୁପସ୍ଥିତ ବେଳେ ମା ଯଶୋଦା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି।ମା’ ଯଶୋଦା ଶ୍ରୀକୃଷ୍ଣଙ୍କୁ ଅନେକ ପ୍ରକାର ପିଠା ଖୁଆଇବା ସ୍ମୃତିରେ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ପାଳିତ ହୋଇ ଆସୁଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!