ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ନବରଙ୍ଗପୁର( ମିହିର ଶଙ୍କର ପାତ୍ର),,୧୬।୧୨:ସ୍ଥାନୀୟ ଶିଶୁ ଜ୍ଞାନ ମନ୍ଦିର ନବରଙ୍ଗପୁରଠାରେ ପ୍ରଜ୍ଞାନ ମିଶନ୍ ତରଫରୁ ନବରଙ୍ଗପୁରର କାର୍ଯ୍ୟକର୍ତ୍ତା ମାନଙ୍କ ଉଦ୍ୟମରେ ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇ ଅଛି। ଉକ୍ତ ସଭାରେ ନବରଙ୍ଗପୁର ଉପ ଜିଲ୍ଲାପାଳ ଶ୍ରୀ ପ୍ରକାଶ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲେ ଓ ପ୍ରଦୀପ ପ୍ରଜ୍ବଳନ କରି ପ୍ରତିଯୋଗିତା ଆରମ୍ଭ କରା ଯାଇ ଥିଲା। ସ୍ଥାନୀୟ ଉଦ୍ୟୋକ୍ତା ବିଭୂ ଵ୍ରହ୍ମା, ମଧୁସୂଦନ ସାହୁ,ବିନୟ କୁମାର କର,ସୁନିଲ କୁମାର ବେହେରା, ଝରଣା ପଟ୍ଟନାୟକଙ୍କ ଉପସ୍ଥିତି ଓ ବିଚାରକ ଭାବେ ଜିଲ୍ଲାର ସଂସ୍କୃତ ଶିକ୍ଷକ/ଶିକ୍ଷୟିତ୍ରୀ ଅଶୋକ କୁମାର ତ୍ରିପାଠୀ,ପ୍ରଭାକର ସାହୁ, ପବିତ୍ର କୁମାର ମିଶ୍ର, ଡ:ଜଗନ୍ନାଥ ସ୍ୱାଇଁ, ତୁଳସୀ ରାମ ମହନ୍ତ,ବିଦ୍ୟାଧର ସେଠି/ସଂଧ୍ୟା ରାଣୀ ତ୍ରିପାଠୀ, ଲୋପାମୁଦ୍ରା ଦାସ,ରଶ୍ମିତା ସାହୁ ଯୋଗ ଦେଇଥିଲେ।ପ୍ରତିଯୋଗିତାରେ ବିଭିନ୍ନ ବ୍ଲକ୍ ରୁ ମୋଟ ୪୬ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ‘କ’ ବିଭାଗରେ ମନୀଷା ଗଣ୍ଡ ପ୍ରଥମ, ହର ପ୍ରସାଦ ଦଳେଇ ଦ୍ୱିତୀୟ ଓ ସୁଲଗ୍ନା ନାୟକ ଓ ଗୁଞ୍ଜନ କୁମାରୀ ଠାକୁର ତୃତୀୟ,’ଖ’ ବିଭାଗରେ ଏମ୍ ସୂର୍ଯ୍ୟ ନାରାୟଣ ପ୍ରଥମ, ସିଦ୍ଧାର୍ଥ ମିଶ୍ର ଦ୍ୱିତୀୟ ଓ ସୂରଜ ସିଂହ ତୃତୀୟ ସ୍ଥାନ,’ଗ’ ବିଭାଗରେ ଏମ୍ ସୂର୍ଯ୍ୟ ପ୍ରତାପ ପ୍ରଥମ, ସନ୍ତୋଷୀ ଭତ୍ରା ଦ୍ୱିତୀୟ ଓ ଗାୟତ୍ରୀ ଭତ୍ରା ତୃତୀୟ,’ଘ’ ବିଭାଗରେ ପ୍ରିୟଙ୍କା ନାୟକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। କୃତୀ ପ୍ରତିଯୋଗୀମାନେ ପୁରସ୍କୃତ ହୋଇଛନ୍ତି।ଏହି ପ୍ରତିଯୋଗୀମାନେ ଆଗାମୀ ଦିନରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ଶେଷରେ ଡ:ମଧୁସୂଦନ ସାହୁ ଧନ୍ୟବାଦ ଅର୍ପଣ କରିଛନ୍ତିି|

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!