ପୁରୀ ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ଦୁଇ ସେବାୟତ ପିଟାପିଟି

ପୁରୀ,୧୬।୧୨: ପୁରୀ ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ପିଟାପିଟି । ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ଦୁଇ ସେବାୟତ ଗୋଷ୍ଠୀ ପିଟାପିଟି ହୋଇଛନ୍ତି। ଏଥିରେ ଜଣେ ବରିଷ୍ଠ ସେବାୟତ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛିଦୁଇ ସେବକ ପରିବାର ମଧ୍ୟରେ ପିଟାପିଟି ହେବା କାରଣରୁ ଜଣେ ରକ୍ତାକ୍ତ । ପାଦୁକ ବଣ୍ଟନକୁ ନେଇ ଗଣ୍ଡଗୋଳ ସୂଚନା । ଝଗଡ଼ାର ସମାଧାନ ପାଇଁ ଦୁଇ ପକ୍ଷଙ୍କୁ ସିଂହଦ୍ୱାରା ଥାନା ନିଆଯାଇଥିଲା, କିନ୍ତୁ ଦ୍ୱନ୍ଦ୍ୱ ସମାଧାନ ହେବା ବଦଳରେ ଥାନାରେ ଦୁଇ ଗୋଷ୍ଠୀ ହାତାହାତି ହୋଇଥିବା କୁହାଯାଉଛି । ମାରପିଟରେ ଜଣେ ବରିଷ୍ଠ ସେବକ ଆହତ ।କିଛିବର୍ଷ ହେବ ଲଗାତର ଭାବେ ଶ୍ରୀ ମନ୍ଦିରରେ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳୁଛି । ମନ୍ଦିରରେ ଏ ପ୍ରକାର ବିଶୃଙ୍ଖଳା ରୋକିବା ପାଇଁ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଏ ପ୍ରକାର ପରିସ୍ଥିତି କାରଣରୁ ଅନ୍ୟ ଶ୍ରଦ୍ଧାଳୁଙ୍କ ଦର୍ଶନ ବାଧାପ୍ରାପ୍ତ ହେବା ସହ ଅସୁବିଧା ମଧ୍ୟ ହେଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!