ଲୋକସଭାରେ ଆଗତ ହେଲା ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଲ୍‌

ନୂଆଦିଲ୍ଲୀ,୧୭।୧୨: ଆଜି (ଡିସେମ୍ବର ୧୭ରେ) ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଲ୍‌ ଆଗତ ହୋଇଛି। ଲୋକସଭାରେ ଭାଷଣ ଦେଇ ଗୃହମନ୍ତ୍ରୀ ଅମିତ ଶାହା ମତ ଦେଇଛନ୍ତି ଯେ ଏହି ବିଲ୍ ବିତର୍କ ପାଇଁ ସଂସଦୀୟ ପ୍ୟାନେଲକୁ ପଠାଯାଇପାରିବ। ମଙ୍ଗଳବାର ଲୋକସଭାରେ ୧୨୯ ତମ ସମ୍ବିଧାନ ସଂଶୋଧନ ବିଧେୟକ ଆଗତ ହୋଇଛି। ଏହି ବିଲ୍ ପାଇଁ ପ୍ରଥମେ ଇଲେକ୍ଟ୍ରୋନିକ୍ ଭୋଟିଂ କରାଯାଇଥିଲା। କିଛି ସାଂସଦଙ୍କ ଆପତ୍ତି ପରେ ଭୋଟ୍ ସଂଶୋଧନ ପାଇଁ ପୁଣି ଥରେ ସ୍ଲିପ୍ ବାଲଟ୍ ମାଧ୍ୟମରେ ଭୋଟ୍ ଅନୁଷ୍ଠିତ ହୋଇଥିଲା।ବିଲ୍ ସପକ୍ଷରେ ୨୬୯ ଓ ବିପକ୍ଷରେ ୧୯୮ ଭୋଟ୍ ପଡ଼ିଥିଲା। ଏହାପରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହାକୁ ଗୃହରେ ଉପସ୍ଥାପନ କରିଥିଲେ। ଗୃହରେ ଆଲୋଚନା ଆରମ୍ଭ କରି ଅମିତ ଶାହା କହିଥିଲେ ଯେ ଯେତେବେଳେ ଏହି ବିଲ୍ କ୍ୟାବିନେଟରେ ଆସିଲା ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏହାକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯିବା ଉଚିତ। ଆଇନମନ୍ତ୍ରୀ ଏଭଳି ପ୍ରସ୍ତାବ ଦେଇପାରନ୍ତି ବୋଲି ସେ କହିଥିଲେ।ସମାଜବାଦୀ ପାର୍ଟି ସାଂସଦ ଧର୍ମେନ୍ଦ୍ର ଯାଦବ କହିଥିଲେ ଯେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଧେୟକ ହେଉଛି ଦେଶରେ ଏକଛତ୍ରବାଦ ଆଣିବା ପାଇଁ ବିଜେପିର ଏକ ପ୍ରୟାସ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!