କ୍ୟାନସର୍‌ ରୋଗୀଙ୍କ ପାଇଁ ପ୍ରସ୍ତୁତ ହେଲା କ୍ୟାନ୍‌ସର୍‌ ଟିକା

ମସ୍କୋ,୧୮।୧୨:  ବିଶ୍ୱରେ ପ୍ରାୟ ଅଧିକାଂଶ ଲୋକଙ୍କ ଜୀବନ ନେଇସାରିଲାଣି କ୍ୟାନସର। ଏବେବି ଅନେକ ଲୋକ ଏହି କର୍କଟ ଭଳି ମାରତ୍ମକ ରୋଗରେ ପୀଡିତ। ଏଭିଳି ସ୍ଥିତିରେ କ୍ୟାନ୍‌ସର ରୋଗୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ଏବେ କ୍ୟାନ୍‌ସରକୁ ଭଲ କରିବା ପାଇଁ ପ୍ରସ୍ତୁତି ହୋଇଛି ଟିକା। ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ।ଆଜି ସମଗ୍ର ବିଶ୍ୱ କର୍କଟ ଭଳି ଗମ୍ଭୀର ରୋଗରେ ପୀଡିତ। ଏଭଳି ପରିସ୍ଥିତିରେ ରୁଷିଆ ଏକ ଦାବି କରିଛି, ଯାହା ସମଗ୍ର ବିଶ୍ୱ ପାଇଁ ଆଶ୍ୱସ୍ତି ଆଣିଦେଇଛି। ରୁଷିଆ କହିଛି ଯେ, ଆମେ ଏକ କ୍ୟାନ୍‌ସର୍‌ ଟିକା ପ୍ରସ୍ତୁତ କରିଛୁ, ଯାହା ୨୦୨୫ରୁ ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ।ରୁଷିଆର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରେଡିଓଲୋଜି ମେଡିକାଲ ରିସର୍ଚ୍ଚ ସେଣ୍ଟରର ଜେନେରାଲ ଡାଇରେକ୍ଟର ଆଣ୍ଡ୍ରେ କାପ୍ରିନ ରୁଷିଆର ରେଡିଓ ଚ୍ୟାନେଲରେ ଏହି ଟିକା ବିଷୟରେ ସୂଚନା ଦେଇଛନ୍ତି।ଏହି ଟିକା କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ହେବ। ରୁଷର ବୈଜ୍ଞାନିକମାନେ ପୂର୍ବରୁ ଦେଇଥିବା ବିବୃତ୍ତିରୁ ଜଣାପଡିଛି ଯେ ପାଶ୍ଚାତ୍ୟ ଦେଶରେ ବିକଶିତ ହେଉଥିବା କର୍କଟ ଟିକା ପରି ପ୍ରତ୍ୟେକ ଡୋଜ୍‌ ବ୍ୟକ୍ତିଗତ ରୋଗୀଙ୍କ ପାଇଁ ପ୍ରସ୍ତୁତ ହେବ।ତେବେ ଏହି ଟିକା କେଉଁ ପ୍ରକାରର କ୍ୟାନସର୍‌ ଚିକିତ୍ସାରେ ବ୍ୟବହାର କରାଯିବ, ଏହାର ପ୍ରଭାବ କିଭଳି ରହିବ, ରୁଷ ଏହାକୁ କିଭଳି ଲାଗୁ କରି ସେ ନେଇ କୌଣସି ସ୍ପଷ୍ଟ ହୋଇନାହିଁ। ଏଥି ସହିତ ଏହି ଟିକାର ନା’ କ’ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।ବିଶ୍ୱର ଅନ୍ୟ ଦେଶ ଭିଳ ରୁଷରେ ମଧ୍ୟ କ୍ୟାନସର ହାର ଲଗାତର ବୃଦ୍ଧି ପାଇବାରେ ଲାଗିଛି। ୨୦୨୨ ମସିହାରେ ଏଠାରେ ୫,୩୫,୦୦୦ ରୁ ଅଧିକ କର୍କଟ ରୋଗୀଙ୍କ ମାମଲା ରେକର୍ଡ କରାଯାଇଥିଲା। ରୁଷରେ କୋଲନ୍, ସ୍ତନ ଏବଂ ଫୁସଫୁସ କର୍କଟ ସବୁଠାରୁ ସାଧାରଣ ବୋଲି କୁହାଯାଏ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!