ନୂଆଦିଲ୍ଲୀ,୧୮।୧୨: ମଙ୍ଗଳବାର ଲୋକସଭାରେ ‘ଓ୍ୱାନ ନେସନ୍ ଓ୍ୱାନ୍ ଇଲେକ୍ସନ୍’ ବିଲ୍ ଆଗତ ହୋଇଛି। ତେବେ ଏହି ଅବସରରେ ଅଧିକାଂଶ ସାଂସଦ ଗୃହରେ ଉପସ୍ଥିତ ନଥିଲେ। ହ୍ୱିପ୍ ପରେ ବି ପାଖାପାଖି ୨୦ରୁ ଅଧିକ ସାଂସଦ ସଂସଦକୁ ଆସିନଥିଲେ। ଏହାକୁ ନେଇ ଏବେ ଆକ୍ସନ ମୁଡ୍କୁ ଆସିଛି ବିଜେପି। ସାଂସଦମାନଙ୍କୁ ଦଳ ନୋଟିସ୍ ଜାରି କରିଛି| ଯଦି କୌଣସି ଦଳର ସଦସ୍ୟ ଦଳର ହ୍ବିପ ପାଳନ ନକରନ୍ତି, ତେବେ ତାଙ୍କର ସଂସଦର ସଦସ୍ୟତା କିମ୍ବା ଏମପି ପଦବୀ ବିପଦରେ ପଡିପାରେ। ବିରୋଧୀ ନିୟମ ଅନୁଯାୟୀ ସେହି ସଦସ୍ୟଙ୍କୁ ଅଯୋଗ୍ୟ ଘୋଷିତ କରାଯାଇପାରେ। କିନ୍ତୁ ଯଦି ଦଳର ଏକ ତୃତୀୟାଂଶ ସଦସ୍ୟ ହ୍ବିପ ଭାଙ୍ଗି ପାର୍ଟି ଲାଇନ ବିରୋଧରେ ଭୋଟ ଦିଅନ୍ତି, ତେବେ ଏହାକୁ ଗ୍ରହଣ କରାଯିବ। ଏବେ ଏଭଳି ପରିସ୍ଥିତିରେ ଦେଖିବାକୁ ପଡ଼ିବ ଯେ, ଯେଉଁମାନେ ଭାଜପା ଦ୍ୱାରା ଦିଆଯାଇଥିବା ହ୍ବିପକୁ ଗ୍ରହଣ କରନ୍ତି ନାହିଁ, ସେମାନେ ହେଉଛନ୍ତି ବରିଷ୍ଠ। ପରବର୍ତ୍ତୀ ସମୟରେ କ’ଣ ହୋଇପାରେ ତାହା ଦେଖିବାକୁ ବାକି ରହିଲା|ତେବେ ଅନୁପସ୍ଥିତ ଥିବା ସମସ୍ତ ସାଂସଦଙ୍କୁ ନିର୍ଦ୍ଦେଶ ଅବହେଳା କରିବା ଅଭିଯୋଗରେ ବିଜେପି ନୋଟିସ୍ ଜାରି କରିଛି। ତେବେ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଅନେକ ସାଂସଦ ପୂର୍ବରୁ ଗୃହକୁ ଆସିପାରିବେ ନାହିଁ ବୋଲି ଦଳକୁ ସୂଚିତ କରିଥିବା ଜଣାପଡିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |