ଭୁବନେଶ୍ୱର,୧୮ା୧୨: ଦୁଇମାସରେ ଆବାସ ସର୍ଭେ ସରିବ। ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଥିବା ନେଇ କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ। ପ୍ରତି ଗାଁରେ ସର୍ଭେ କରାଯାଉଛି। ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଛି। ଗ୍ରାମ ସଭା ମାଧ୍ୟମରେ ପ୍ରତି ଗାଁରେ ସଚେତନତା କରାଯାଉଛି। ଗ୍ରାମସଭା ଦ୍ୱାରା ଲୋକଙ୍କୁ ସଚେତନ ବି କରାଯାଉଛି। ଏଥିସହିତ ଲୋକଙ୍କୁ ସର୍ଭେରେ ସାମିଲ କରାଯାଉଛି। ମନ୍ତ୍ରୀମାନେ ଜିଲା ଗସ୍ତ କରିବାବେଳେ ଏହାର ସମୀକ୍ଷା କରୁଛନ୍ତି। ପୂର୍ବ ସରକାରରେ ଆକ୍ରୋଶମୂଳକ ଭାବେ ତାଲିକାରୁ ବହୁ ଲୋକଙ୍କୁ ବାଦ୍ ଦିଆଯାଇଛି। ଏବେ କିନ୍ତୁ କାହାକୁ ବାଦ୍ ଦିଆଯିବ ନାହିଁ। ସମସ୍ତଙ୍କୁ ଘର ମିଳିବ ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |