କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବୈଷ୍ଣବ ସାମଲ

ଭୁବନେଶ୍ୱର,୧୮ା୧୨: ଖ୍ୟାତନାମା ସାହିତି୍ୟକ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ ମର୍ଯ୍ୟାଦାଜନକ ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ସେ ତାଙ୍କର ପ୍ରବନ୍ଧ ‘ଭୂତି ଭକ୍ତି ବିଭୂତି’ ଲାଗି ଏହି ପାଇବେ ବୋଲି ସୂଚନା ମିଳିଛି।ଅଧ୍ୟାପକ ତଥା ବିଶିଷ୍ଟ ସାହିତ୍ୟିକ ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ‘ଭୂତି ଭକ୍ତି ବିଭୂତି’ ପ୍ରବନ୍ଧ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଏହି ଖବର ପାଇବା ପରେ ଖୁସି ପ୍ରକାଶ କରିଛନ୍ତି ପ୍ରଫେସର ସାମଲ୍‌। ଆଉ ପିଲା ଦିନର ସ୍ମୃତିକୁ ଗୋଟି ଗୋଟି କରି ବଖାଣିଛନ୍ତି। ସେ କହିଛନ୍ତି, ଇନ୍ଦୁପୁର ହାଇସ୍କୁଲରେ ପାଠ ପଢ଼ିବା ବେଳେ ମୋ’ ଜୀବନ ଗଢ଼ି ଉଠିଥିଲା।୧୯୩୯ ମସିହା ଫେବ୍ରୁଆରୀ ୨୭ ତାରିଖରେ ଅବିଭକ୍ତ କଟକ ଜିଲ୍ଲା ଓ ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାର ଚାରିଗାଁଠାରେ ଜନ୍ମ ଗ୍ରହଣ କରିଥିଲେ ପ୍ରଫେସର ବୈଷ୍ଣବ ଚରଣ ସାମଲ। ସେ କହିଛନ୍ତି, ଇନ୍ଦୁପୁର ହାଇସ୍କୁଲରେ ପାଠ ପଢ଼ିବା ବେଳେ ମୋ’ ଜୀବନ ଗଢ଼ି ଉଠିଥିଲା। ହାଇସ୍କୁଲର ଶିକ୍ଷକମାନଙ୍କ ଆଦର୍ଶ ମୋ’ ଉପରେ ଗଭୀର ଭାବେ ପଡ଼ିଥିଲା। ଅଷ୍ଟମରେ ପଢ଼ୁଥିବା ବେଳେ ପ୍ରତି ଶନିବାର ହେଉଥିବା ଡିବେଟ୍‌ରେ ଭାଗ ନେବା ଓ କାବ୍ୟ, କବିତା ଲେଖିବା ଏବଂ ଅନୁବାଦ କରିବା ଚିନ୍ତାଧାରା ସେତେବେଳେ ଆସିଥିଲା। ମାଟ୍ରିକ୍‌ ପାସ୍‌ ପରେ ଆଉ ପଢ଼ିବା ପାଇଁ ସୁଯୋଗ ମିଳି ନଥିଲା। ତେଣୁ ପାଠ ପଢ଼ା ବନ୍ଦ କରିଦେଇଥିଲି। ପରବର୍ତ୍ତୀ ସମୟରେ ଟେଲିକମ୍‌ ବିଭାଗରେ ଚାକିରି କଲି ଓ ପାଠ ପଢ଼ିଲି। ଆଉ ନିଜ ଗୋଡ଼ରେ ଛିଡ଼ା ହୋଇଥିଲି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!