ଡାବୁଗାଁ ବ୍ଲକରେ କୃଷକ ସଚେତନତା ଶିବିର ଅନୁଷ୍ଠିତ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର):-ଡାବୁଗାଁ ବ୍ଲକ ଅଧୀନ ଜବାଗୁଡା ପଞ୍ଚାୟତ ର ଜବାଗୁଡା ଓ ଧୁରକାଡଙ୍ଗରୀ ଗ୍ରାମରେ ମୃତ୍ତିକା ସଂରକ୍ଷଣ ଜଳ ବିଭାଜିକା ବିଭାଗ ତରଫରୁ କୃଷକ ସଚେତନତା ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବୃଷ୍ଟି ପୁଷ୍ଟ ଅଞ୍ଚଳ ଉନ୍ନୟନ ଯୋଜନା (ଆର.ଏ.ଡି)- ୨୦୨୪-୨୫ ମାଧ୍ୟମରେ ମୃତ୍ତିକା ସଂରକ୍ଷଣ ଜଳ ବିଭାଜିକା ବିଭାଗ, କୃଷି, ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଉଦ୍ୟାନ ବିଭାଗ ର ମିଳିତ ଆନୁକୁଲ୍ୟ ରେ କୃଷକ ମାନଙ୍କୁ ସମସ୍ତ ବିଭାଗର ଯୋଜନା ଗୁଡିକ ଉପରେ ଚାଷୀ ମାନଙ୍କୁ ଉପସ୍ଥିତ ଅଧିକାରୀ ମାନେ ସରଳ ଭାବେ ବୁଝାଇଥିଲେ | ଏଥିରେ ନବରଙ୍ଗପୁର ମୃତ୍ତିକା ସଂରକ୍ଷଣ ବିଭାଗ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସନ୍ତୋଷ କୁମାର ବିଶ୍ଵାଳ, ଡାବୁଗାଁ ମୃତ୍ତିକା ସଂରକ୍ଷଣ ରେଞ୍ଜ ଅଧିକାରୀ ଗୌତ୍ତମ ସେଠୀ, ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ, ସହକାରୀ ଉଦ୍ୟାନ ଅଧିକାରୀ ରବି ଶଙ୍କର ପଣ୍ଡା, ପ୍ରାଣୀ ଚିକିତ୍ସକ ଏନ. ଲୋକ ନାଥ ରେଡ୍ଡୀ, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସଙ୍ଗୀତା ସାମଲ, ସ୍ଥାନୀୟ ୱାର୍ଡ ସଭ୍ୟ ଓ ଚାଷୀ ମାନେ ଉପସ୍ଥିତ ଥିଲେ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!