ଦକ୍ଷିଣ ବଙ୍ଗୋପ ସାଗରରେ ଲଘୁଚାପ ସକ୍ରିୟ, ୩ ଦିନ ବର୍ଷା

ଭୁବନେଶ୍ୱର,୨୦।୧୨: ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ହୋଇଛି। ଦକ୍ଷିଣ ବଙ୍ଗୋପ ସାଗରରେ ଲଘୁଚାପ ସକ୍ରିୟ ଥିବାରୁ ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟରେ ମେଘୁଆ ପାଗ ଲାଗି ରହିବା ସହିତ ହାଲୁକାରୁ ମଧ୍ୟମ ଧରରଣ ବର୍ଷା ସମ୍ଭାବନା ରହିଛି।  ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। ବର୍ଷାର ପ୍ରଭାବରେ ଶୀତ ସାମାନ୍ୟ ହାସ ପାଇଛି।ଚାଷୀମାନେ ଧାନ କଟାରେ ବ୍ୟସ୍ତ ଥିବାବେଳେ କିଛି ଚାଷୀ ଧାନ କାଟି ବିଲରେ କଚଡ଼ା ପକାଇଛନ୍ତି। ଏପଟେ ବର୍ଷା ସମ୍ଭାବନା ନେଇ ଚାଷୀ ଆଖିରୁ ନିଦ ହଜିଗଲାଣି। ଆସନ୍ତା ୨୧ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଓ ଦକ୍ଷିଣ ଉପକୂଳ ସମେତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଆଗାମୀ ୫ ଦିନ ପାଗ ପ୍ରାୟତଃ ଶୁଖିଲା ରହିବ। କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!