ନବରଙ୍ଗପୁର(ମିହିର ଶଙ୍କର ପାତ୍ର,)୨୧ା୧୨ :-ଡାବୁଗାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଦ୍ୱାବିଂଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଲା। ଉକ୍ତ କାର୍ଯ୍ୟକ୍ରମ ରେମୁଖ୍ୟ ଅତିଥିଭାବେ ଯୋଗଦେଲେ ଜିଲ୍ଲା ଶିକ୍ଷା ଅଧିକାରୀ ଛାତ୍ରପତି ସାହୁ। ମୁଖ୍ୟବକ୍ତା ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମଲାଲ ନାୟକ, ସନ୍ନମାନ ଅତିଥିଭାବେ ଡାବୁଗାଁ ଅତିରିକ୍ତ ଶିକ୍ଷା ଅଧିକାରୀ ଭଗବାନ ମାଝୀ ଉପସ୍ଥିତି ଥିଲେ। ଆଜିର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ଚୌଧିରୀ ଏବଂ ତାଙ୍କ ସହଯୋଗ କରିଥିଲେ ବିଦ୍ୟାଳୟର ଗୁରୁଜୀ ଗୁରୁମା ଏବଂ କର୍ମଚାରୀ ତଥା ପରିଚାଳନା କମିଟି। ବିଭିନ୍ନ ପ୍ରତିଯୋଗିତା ରେ ବିଜୟୀ ହୋଇଥିବା ଛାତ୍ରଛାତ୍ରି ମାନଂକୁ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ନାଚ ଗୀତ ସହ ବିଭିନ୍ନ ସଂକୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |