ନବରଙ୍ଗପୁର(ମିହିର ଶଙ୍କର ପାତ୍ର,)୨୧ା୧୨ :-ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଡ଼ଙ୍ଗରୀଗୁଡା ଠାରେ ଥିବା ଆଦର୍ଶ ବିଦ୍ୟାଳୟରେ ଶନିବାର 5ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଲା। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଡାବୁଗାଁ ବିଧାୟକ ମୋନହର ରନ୍ଧାରୀ ତତ ସାଙ୍ଗେ ସଙ୍ଗେ ମୁଖ୍ୟବକ୍ତା ଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ରେଶମଲାଲ ନାୟକ, ସଂମ୍ମାନିତ ଅତିଥି ଭାବରେ ଡାବୁଗାଁ ତହସିଲଦାର ହରିଅମ ଭୋଇ, ଡାବୁଗାଁ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ଭଗବାନ ମାଝୀ ଯୋଗଦେଇ ଥିଲେ। ଆଜିର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସପାଲ ସୁବ୍ରତ ରଞ୍ଜନ ସାମନ୍ତରାୟ। ଏବଂ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ରହିତ ନାଗ ସହ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନେ। ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ର ଛାତ୍ରି ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ନାଚ ଗୀତ ସହ ବିଭିନ୍ନ ସାଂକୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।ଆଜିର କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରି ମାନଙ୍କ ସହ ଅଭିଭାବକ ମାନେ ମଧ୍ୟ ଉପସ୍ଥିତି ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |