ଡାବୁଗାଁ ମା ଗୃହରେ ଅସୁରକ୍ଷିତ ଅବସ୍ଥାରେ ଗର୍ଭବତୀ ମହିଳା ମାନେ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର,)୨୧ା୧୨ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରାଜ୍ୟ ରାଜପଥ କୃଷି କାର୍ଯ୍ୟାଳୟ ନିକଟରେ ଥିବା ମା ଗୃହ ବହୁତ ଅସ୍ୱାସ୍ଥ୍ୟକର ଓ ଖାଦ୍ୟ ସୂଚୀ ଅନୁଯାୟୀ ଗର୍ଭବତୀ ମହିଳାମାନଙ୍କୁ ମିଳୁନି ପୃଷ୍ଟିକର ଖାଦ୍ୟ। ଏପରିକି ଗର୍ଭବତୀ ମହିଳା ମାନେ ଆପରିଷ୍କାର ପରିବେଶରେ ରହୁଥିବା ସୂଚନା ବାରମ୍ବାର ଖବର ପ୍ରସାରଣ ହେଉଥିଲେ ସୁଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ଏଥିପ୍ରତି କୈାଣସି ପଦକ୍ଷେପ ନେଉନଥିବା ଅଭିଯୋଗ ଆସିଛି । ଯୋ ଦ୍ଵାରା ମାଁ ଗୃହ ରେ ପ୍ରସବ ଜନିତ ସୁବିଧା ପାଇବାକୁ ଆସୁଥିବା ଗର୍ଭବତୀ ମହିଳା ମାନଙ୍କ ପ୍ରତି ବିପଦ ଦେଖା ଦେଇଛି। ମାଁ ଗୃହର କାର୍ଯ୍ୟ ସୂଚୀ ଅନୁଯାୟୀ ଆଜି ଶୁକ୍ରବାର ଅଣ୍ଡା ଦେବା ପରିବର୍ତୈ ଗର୍ଭବତୀ ମହିଳାମାନଙ୍କୁ ଭାତ ସହ ଆମ୍ବଳିଆ ତୋରକାରୀ ଦିଆଯାଇଛି। ସୂଚନା ପାଇ ଆମ ଜିଲ୍ଲା ରିପୋର୍ଟର ମାଁ ଗୃହକୁ ଯାଇଥିଲେ। ମାଁ ଗୃହ ଦାୟିତ୍ଵ ରେ ଥିବା ସ୍ବାସ୍ଥ୍ୟକର୍ମୀ ନିଜେ ପ୍ରକାଶ କରିଛନ୍ତି ଯେ ସେ ଗର୍ଭବତୀ ମହିଳାମାନଙ୍କୁ ଆଜି ଆମ୍ବଳିଆ ତୋରକାରୀ ଦେଇଛନ୍ତି। ଆମ ଖବର ଦାତା ମାନଙ୍କୁ ରସେଇ ସାମଗ୍ରୀ ଦେଖାଇବାକୁ ମନା କରିଦେଇଥିଲେ।ଏଥିରେ ଜଣା ପଡ଼ୁଛି ମାଁ ଗୃହ ରେ ରହୁଥିବା ଗର୍ଭବତୀ ମହିଳା ମାନଙ୍କୁ କି ଭଳି ପୁଷ୍ଟିକର ଖାଦ୍ୟ ଦିଆ ଯାଉଥିବ । ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ କ୍ୟାରମ ବେସରକାରୀ ଅନୁଷ୍ଠାନ ଆନୁକୁଲ୍ୟରେ ଗତ ଚାରି ବର୍ଷ ହେଲା ଡାବୁଗାଁ ଠାରେ “ମା ଗୃହ” ଚାଲୁ ଅଛି। ଲକ୍ଷ୍ୟ ରହିଛି ଗ୍ରାମାଞ୍ଚଳରେ ଗର୍ଭ ଧାରଣ କରିଥିବା ଅଶିକ୍ଷିତ ଆଦିବାସୀ ମହିଳା ମାନେ ପ୍ରସବ ବେଦନାର ଠିକ୍ ପୂର୍ବରୁ ମା ଗୃହ ଆସି ସେଠାରେ ଉପଯୁକ୍ତ ଯତ୍ନ ଦ୍ଵାରା ଛୁଆ ଜନ୍ମ କରିବେ। ସୁଷମ ଖାଦ୍ୟ ,ଉନ୍ନତ ସ୍ବାସ୍ଥ୍ୟସେବା, ପୁନର୍ବାସ ଓ ସାମୟିକ ବାସଗୃହ ପ୍ରଦାନ କରି ଗର୍ଭ ଧାରଣ କରିଥିବା ମହିଳା ଙ୍କୁ ସୁବିଧା ପ୍ରଦାନ କରିବେ। କିନ୍ତୁ ଏଠାରେ ଏହାର ଠିକ ବିପରୀତ ସମ୍ପୂର୍ଣ୍ଣ ଅବ୍ୟବସ୍ଥା ଘେରରେ ଚାଲିଛି ମା ଗୃହ। ସୃଚନା ଅନୁଯାୟୀ ଗର୍ଭବତୀ ମା ମାନଙ୍କ ସ୍ବାସ୍ଥ୍ୟସେବା ରେ ଯତ୍ନ ନେବା ପାଇଁ ମା ଗୃହ ରେ ମହିଳା ସ୍ବାସ୍ଥ୍ୟ କର୍ମଚାରୀ ନିଯୁକ୍ତି ରେ ଅଛନ୍ତି । ମା ଗୃହର କର୍ମଚାରୀ ମାନେ । ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଡାବୁଗାଁରେ ମା ଗୃହ ଆରମ୍ଭ କରାଯାଇଛି ତାହାର ଓଲଟା ଫଳ ଦେଖିବାକୁ ମିଳିଛି। ଏ ନେଇ ମା ଗୃହ କ୍ୟାରମ୍ ଫାଉଣ୍ଡେସନ ଅନୁଷ୍ଠାନର ମୁଖ୍ୟ ଜୀବନ କୁମାର ଦୀକ୍ଷିତ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ଜାଗାଯୋଗ ହୋଇ ପାରି ନ ଥିଲା । କିଛିଦିନ ପୂର୍ବରୁ ଅପରିଷ୍କାର ପରିବେଶ ରେ ମା ଗୃହରେ ରହିବା ଖବର ପ୍ରକାଶ ପାଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ମଧ୍ୟ ଏହାର ବିଭାଗୀୟ ତଦନ୍ତ ହୋଇ ପାରିଲା ନାହିଁ। ମା ଗୃହରେ ଥିବା ଗର୍ଭବତୀ ମହିଳା ମାନଙ୍କ ପ୍ରତି ବିପଦ ଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେବାକୁ ଜନ ସାଧାରଣରେ ଦାବି ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!