ପ୍ରଧାନମନ୍ତ୍ରୀଙ୍କୁ ମିଳିଲା କୁଏତର ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ,୨୨।୧୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା କୁଏତର ସର୍ବୋଚ୍ଚ ବେସାମରିକ ସମ୍ମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କୁଏତର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ମୁବାରକ ଅଲ କବୀର’ରେ ସମ୍ମାନିତ ହୋଇଛନ୍ତି। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୌଣସି ଦେଶ ଦ୍ଵାରା ପ୍ରଦାନ କରାଯାଇଥିବା ୨୦ତମ ଅନ୍ତର୍ଜାତୀୟ ସମ୍ମାନ। ବନ୍ଧୁତ୍ୱର ପ୍ରତୀକ ଭାବରେ ରାଷ୍ଟ୍ର ମୁଖ୍ୟ, ବିଦେଶୀ ଶାସକ ଏବଂ ବିଦେଶୀ ରାଜ ପରିବାରର ସଦସ୍ୟମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ।ଦୁଇ ଦିନିଆ କୁଏତ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଜି ଏହାର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍‌ ମୁବାରକ୍‌ ଅଲ୍‌-କବୀର’ ପ୍ରଦାନ କରାଯାଇଛି। ଏହା ହେଉଛି କୌଣସି ଦେଶ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଦାନ କରାଯାଇଥିବା ୨୦ଶ ଅନ୍ତର୍ଜାତୀୟ ସମ୍ମାନ। ‘ଅର୍ଡର ଅଫ୍‌ ମୁବାରକ୍‌ ଅଲ୍‌-କବୀର’ ସମ୍ମାନ ବନ୍ଧୁତାର ପ୍ରତୀକ ଭାବେ କୌଣସି ରାଷ୍ଟ୍ରର ମୁଖ୍ୟ କିମ୍ବା ବିଦେଶ ରାଜ ପରିବାରର ସଦସ୍ୟଙ୍କୁ ପ୍ରଦାନ କରାଯାଇଥାଏ।ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ ବିଲ କ୍ଲିଣ୍ଟନ, ପ୍ରିନ୍ସ ଚାର୍ଲ୍ସ ଓ ଜର୍ଜ ବୁଶଙ୍କ ଭଳି ବ୍ୟକ୍ତି ବିଶେଷ କୁଏତର ଏହି ସର୍ବୋଚ୍ଚ ସମ୍ମାନ ପାଇ ସାରିଛନ୍ତି। ଆଜି କୁଏତ ଗସ୍ତର ଦ୍ୱିତୀୟ ଦିନରେ ମୋଦି ଏହି ସମ୍ମାନ ଗ୍ରହଣ କରିବା ପରେ ତାଙ୍କୁ ବୟାନ ପ୍ୟାଲେସଠାରେ ଔପଚାରିକ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଏହି ସମୟରେ ସେଠାରେ କୁଏତର ଏମିର (ପ୍ରିନ୍ସ) ଶେଖ୍ ମିଶାଲ ଅଲ୍-ଅହମ୍ମଦ ଅଲ୍-ଜାବେର ଅଲ୍-ଶବା ମଧ୍ୟ ଉପସ୍ଥିତ ଥିଲେ। ଯାହାଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଗଲ୍ଫ ରାଷ୍ଟ୍ର ଗସ୍ତରେ ଯାଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!