ନୂଆଦିଲ୍ଲୀ ,୨୨।୧୨: ୧୯ ବର୍ଷରୁ କମ ମହିଳା ଏସିଆ କପ ଟାଇଟଲ ବିଜୟୀ ହୋଇଛି ଭାରତୀୟ ଦଳ। ପ୍ରଥମ ଥର ପାଇଁ ଆୟୋଜିତ ଏହ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଭାରତ ବାଂଲାଦେଶକୁ ୪୧ ରନରେ ହରାଇ ଚମ୍ପିଆନ ହୋଇଛି। ୧୯ ବର୍ଷରୁ କମ୍ ମହିଳା ଏସିଆ କପ୍ ଫାଇନାଲରେ ଚାମ୍ପିଅନ୍ ହେଲା ଟିମ୍ ଇଣ୍ଡିଆ । ବାଂଲାଦେଶକୁ ହରାଇ ୪୧ ରନରେ ହରାଇ ୧୯ ବର୍ଷରୁ କମ୍ ମହିଳା ଏସିଆ କପ୍ ଟାଇଟଲ ହାଟେଇଛି ଭାରତ । କ୍ବାଲାଲମପୁରର ବାୟୁମାସ ଓଭାଲରେ ଖେଳା ଯାଇଥିବା ଏହି ହାଇ ପ୍ରୋଫାଇଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ବାଂଲାଦେଶ । ଭାରତ ପକ୍ଷରୁ ବାଂଲାଦେଶକୁ ୧୧୮ ରନର ଟାର୍ଗେଟ ଦିଆଯାଇଥିଲା । ହେଲେ ବାଂଲାଦେଶ ଟିମ୍ ମାତ୍ର ୭୬ ରନରେ ଅଲଆଉଟ ହୋଇଯାଇଥିଲା । ପ୍ରଥମ ଥର ପାଇଁ ମହିଳା ଏସିଆ କପ୍ ଆୟୋଜନ ହୋଇଥିବା ବେଳେ ଚାମ୍ପିୟନ ହୋଇ ଭାରତ ଐତିହାସିକ ଉପଲବ୍ଧି ହାସଲ କରିଛି ।ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ୍ ୭ ଓ୍ବିକେଟ ହରାଇ ୧୧୭ ରନ୍ କରିଥିଲା । ଓପ୍ନର ଗୋଙ୍ଗାଡି ତ୍ରିଶା ୪୭ ବଲ ଖେଳି ସର୍ବାଧିକ ୫୨ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମିଥିଲା ବିନୋଦ ୧୭ ରନ୍ କରିଥିବା ବେଳେ ଅଧିନାୟକ ନିକି ପ୍ରସାଦ ୧୨, ଆୟୁଷୀ ଶୁକ୍ଲା ୧୦ ରନ କରିବାକୁ ସକ୍ଷମ ହୋଇଥିଲେ । ବାଂଲାଦେଶ ପକ୍ଷରୁ ଫରଜାନ ଇସ୍ମିନ ୪ ଓ୍ବିକେଟ ମିଳିଥିବା ବେଳେ ନିଶିତା ଅକ୍ତରଙ୍କୁ ଦୁଇ ଓ ହବିବ ଇସ୍ଲାମଙ୍କୁ ଗୋଟିଏ ଓ୍ବିକେଟ ମିଳିଥିଲା ।୧୧୮ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବାଂଲାଦେଶ ଟିମର କୌଣସି ଖେଳାଳି ବେଶି ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ । ୧୮.୩ ଓଭରରେ ୭୬ ରନ୍ କରି ଟିମ୍ ଅଲଆଉଟ ହୋଇଯାଇଥିଲା । ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଜୁଏରିୟା ଫିରଦୋସ ୩୦ ବଲରୁ ୨୨ ରନ୍ କରିଥିଲେ । ଅପ୍ନର ଫହୋମିଦା ଚୋୟା ୧୮ ରନ୍ କରିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟ କୌଣସି ବାଂଲାଦେଶୀ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ଭାରତ ତରଫରୁ ଆୟୁଷୀ ତିନି ଓ୍ବିକେଟ ନେଇଥିବା ବେଳେ ସୋନମ ଯାଦବ ଏବଂ ପରୁଣିକା ସିସାଦିଆ ଦୁଇଟି ଲେଖାଏଁ ଓ୍ବିକେଟ ହାସଲ କରିଥିଲେ । ଜୋଶିଥାଙ୍କୁ ଗୋଟିଏ ଓ୍ବିକେଟ ମିଳିଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |