ଏନ୍‌କାଉଣ୍ଟର, ଟଳିଲେ ୩ ଖଲିସ୍ତାନୀ ଆତଙ୍କୀ

ନୂଆଦିଲ୍ଲୀ,୨୩ା୧୨: ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ପୁଲିସ୍‌ ପୋଷ୍ଟ ଉପରେ ଆକ୍ରମଣ କରିଥିବା ୩ ଅଭିଯୁକ୍ତ ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ଡିସେମ୍ବର ୨୩ ତାରିଖ (ସୋମବାର) ଏନ୍‌କାଉଣ୍ଟ୍‌ର କରାଯାଇଛି।ଉତ୍ତର ପ୍ରଦେଶର ପିଲିଭିତ୍‌ରେ ବଡ଼ ଧରଣ ଏନକାଉଣ୍ଟର ହୋଇଛି। ଖଲିସ୍ତାନୀ କମାଣ୍ଡୋ ଫୋର୍ସର ୩ ଆତଙ୍କୀ ନିହତ ହୋଇଥିବା ସୂଚନା ରହିଛି। ଘଟଣାସ୍ଥଳରୁ ଦୁଇଟି AK-47 ବନ୍ଧୁକ ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି ପୁଲିସ।ଉତ୍ତରପ୍ରଦେଶର ପିଲିବିଟ୍ ଜିଲ୍ଲାରେ ପୁଲିସ୍ ଗୁଳିରେ ସୋମବାର ସକାଳୁ ସକାଳୁ ଖାଲିସ୍ତାନୀ ଆତଙ୍କବାଦୀମାନେ ଟଳି ପଡ଼ିଥିବା ସୂଚନା ରହିଛି। ଅଭିଯୁକ୍ତମାନେ ହେଲେ ଗୁରୁବିନ୍ଦର ସିଂ, ବିରେନ୍ଦ୍ର ସିଂ ଏବଂ ଜସନପ୍ରୀତ ସିଂ। ସେମାନେ ସମସ୍ତେ ଖଲିସ୍ତାନ କମାଣ୍ଡୋ ଫୋର୍ସ ନାମକ ସଂଗଠନର ସଦସ୍ୟ ଥିଲେ। ପଞ୍ଜାବ ପୁଲିସ ଏବଂ ଉତ୍ତରପ୍ରଦେଶ ପୁଲିସର ମିଳିତ ଏନକାଉଣ୍ଟରରେ ନିହତ ହୋଇଛନ୍ତି।ପୁଲିସ ସେମାନଙ୍କ ନିକଟରୁ ଦୁଇଟି ଏକେ-୪୭ ରାଇଫଲ, ଦୁଇଟି ପିସ୍ତଲ ଏବଂ ଅନେକ ଗୁଳି ଜବତ କରିଛି। ପଞ୍ଜାବ ପୁଲିସର ଏକ ଟିମ୍ ଜିଲ୍ଲାର ପୁରାଣପୁର ଥାନା ଅଧୀନରେ ଥିବା ତିନି ଅଭିଯୁକ୍ତଙ୍କ ଉପସ୍ଥିତି ବିଷୟରେ ପିଲବିଟ୍ ପୁଲିସକୁ ସୂଚନା ଦେଇଥିଲା। ଯାହାପରେ ଏହି ଅପରେସନ୍ ଆରମ୍ଭ ହୋଇଥିଲା। ପୁରାଣପୁରରେ ତିନି ଜଣଙ୍କ ଉପସ୍ଥିତି ସହ ସନ୍ଦେହଜନକ ସାମଗ୍ରୀ ଥଇବା ସମ୍ପର୍କରେ ପୁଲିସ ଏକ ସୂଚନା ମଧ୍ୟ ପାଇଥିଲା।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!