ନୂଆଦିଲ୍ଲୀ,୨୩।୧୨: ଫେବୃଆରୀ ୨୩ରେ ହେବ ଭାରତ-ପାକିସ୍ତାନ ମହାମୁକାବିଲା । ସମ୍ଭାବ୍ୟ ତାଲିକା ପ୍ରକାଶ ପାଇବା ପରେ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଭରିଛି । ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବାକୁ ନେଇ ଟଣା ଓଟରା ଭିତ ଆଇସିସି ପକ୍ଷରୁ ଭେନ୍ୟୁ ତାଲିକା ପ୍ରକାଶ ପାଇଛି । ପାକିସ୍ତାନରେ ଆଇସିସି ଚାମ୍ପିୟାନ ଟ୍ରଫି ଆୟୋଜନ ହେଉଥିଲେ ବି ଭାରତ ଖେଳାଳି ପାକିସ୍ତାନ ଯିବେ ନାହିଁ । ଭାରତ ତାର ସବୁ ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଖେଳିବ । ଶେଷ ଥର ଭାରତ ଏମ.ଏସ. ଧୋନିଙ୍କ ନେତୃତ୍ବରେ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା । ୨୦୧୭ରେ ବିରାଟ କୋହଲିଙ୍କ ନେତୃତ୍ବଧୀନ ଭାରତୀୟ ଟିମକୁ ପାକିସ୍ତାନ ହରାଇ ଚାମ୍ପିୟନ ହୋଇଥିଲା । ଏହାପରେ ଆଇସିସି ଏହାର ପରବର୍ତ୍ତି ସଂସ୍କରଣକୁ ରଦ୍ଦ କରି ଦେଇଥିଲା । ଯାହା ପୁଣି ଆରମ୍ଭ ହେବାକୁ ଯାଉଛି । ଆଇସିସି ଖେଳ ସୂଚୀ ଅନୁସାରେ ୧୯ ଫେବ୍ରୁଆରୀରେ ପ୍ରଥମେ ପାକିସ୍ତାନ ବନାମ ନ୍ୟୁଜଲ୍ୟାଣ୍ଡ ମ୍ୟାଚ ହେବାକୁ ଯାଉଛି । ଏହାପରେ ୨୦ ଫେବୃଆରୀରେ ଭାରତ-ବାଂଲାଦେଶ, ୨୧ ଫେବୃଆରୀରେ ଆଫଗାନିସ୍ତାନ- ସାଉଥ ଆଫ୍ରିକା, ୨୨ ଫେବୃଆରୀରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମୁହାଁମୁହିଁ ହେବେ । ଏହାପରେ ୨୩ ଫେବ୍ରୁଆରୀରେ ହେବାକୁ ଯାଉଛି ଭାରତ ବନାମ ପାକିସ୍ତାନ ମୁକାବିଲା । ୯ ମାର୍ଚ୍ଚରେ ହେବ ଟାଇଲଟ ଲଢେଇ |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |