ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୨୪।୧୨:- ଅଣ୍ଡା ବଦଳରେ ଆମ୍ବଳିଆ ଦିଆଯିବା ଖବର ପ୍ରସାରଣର ୩ଦିନ ପରେ ଜିଲ୍ଲା ସ୍ତରୀୟ ତଦନ୍ତ ଆରମ୍ବ ହେଲା। ସୂଚନାଯୋଗ୍ୟ :- ଡାବୁଗାଁ ରାଜ୍ୟ ରାଜପଥ କୃଷି କାର୍ଯ୍ୟାଳୟ ନିକଟରେ ଥିବା ମା ଗୃହ ବହୁତ ଅସ୍ୱାସ୍ଥ୍ୟକର ଓ ଖାଦ୍ୟ ସୂଚୀ ଅନୁଯାୟୀ ଗର୍ଭବତୀ ମହିଳାମାନଙ୍କୁ ମିଳୁନି ପୃଷ୍ଟିକର ଖାଦ୍ୟ। ଏପରିକି ଗର୍ଭବତୀ ମହିଳା ମାନେ ଅପରିଷ୍କାର ପରିବେଶରେ ରହୁଥିବା ସୂଚନା ବାରମ୍ବାର ଖବର ପ୍ରସାରଣ ହେଉଥିଲେ ସୁଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ଏଥିପ୍ରତି କୈାଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ତଦନ୍ତ ଆରମ୍ବ ହେଲା। ତଦନ୍ତ କରିବାକୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ସନ୍ତୋଷ ପଣ୍ଡା, ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଡାକ୍ତର ସୁଭାଶିଷ ସାହୁ ଏବଂ ତାଙ୍କ ସହଯୋଗୀ ମାନେ ଯାଇ ଖାତା ପାତ୍ର ଯାଞ୍ଚ କଲେ, କର୍ମଚାରୀ ମାନଂକୁ ପଚାରିଲେ। “ସୂଚନା ଥାଉ କି ଚର କେବେବି କହିବ ନାହିଁ ମୁ ଚରି କରିଛି ବୋଲି”। କିନ୍ତୁ ଯଦି ମା ଗୃହରେ ସବୁ ଠିକ ଠାକ ଚଳିଥାନ୍ତା ତେବେ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇ ନଥାନ୍ତା ବୋଲି ସ୍ଥାନୀୟ ଅଂଚଳରେ ଆଲଚନା ହେଉଛି। ଏହା ସହ ଯେଉଁ ମା ମାନେ ସେଠାରେ ରହୁଛନ୍ତି ସେମାନେ ଅଣ୍ଡା ବଦଳରେ ଅମଟ ଦିଅ ହେବା ବିଷୟରେ ନିଜ ସମ୍ପର୍କୀୟ ମାନଙ୍କୁ କହି ନଥାନ୍ତେ। ଯଦି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଅଚାନକ ଗ୍ରସ୍ତ କରି ମା ଘର ପରିଦର୍ଶନ କରିଥିଲେ ସମ୍ପୂର୍ଣ୍ଣ ସତ୍ୟତା ଜଣାପଡିଥାନ୍ତା ବୋଲି ସ୍ଥାନେ ସ୍ଥାନେ ଆଲୋଚନା ହେଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |