କଟକ ,୨୪।୧୨: ଆସନ୍ତାକାଲି ଅର୍ଥାତ ୨୫ ତାରିଖଠାରୁ ଓଡ଼ିଶା ହାଇକୋର୍ଟର ଶୀତ ଅବକାଶ ଆରମ୍ଭ ହେଉଛି। ଏହା ଆସନ୍ତା ୨୦୨୫ ଜାନୁଆରି ୧ତାରିଖ ପର୍ଯ୍ୟନ୍ତ ଚାଲିବ। ଜାନୁଆରି ୨ତାରିଖରେ ହାଇକୋର୍ଟ ଖୋଲିବ। ଏ ସଂକ୍ରାନ୍ତରେ ହାଇକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହେବା ସହ ଅବକାଶକାଳୀନ ଅଦାଲତ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି।ଶୀତ ଛୁଟି ସମୟରେ ଅବକାଶକାଳୀନ ବିଚାରପତି ଭାବେ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ଓ ଜଷ୍ଟିସ୍ ଏମ.ଏସ. ରମଣ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକର ଶୁଣାଣି କରିବେ। ଡିସେମ୍ବର ୨୫ରୁ ୨୭ ପର୍ଯ୍ୟନ୍ତ ଜଷ୍ଟିସ୍ ମହାପାତ୍ର ଓ ଡିସେମ୍ବର ୨୯ରୁ ଜାନୁଆରି ୧ ପର୍ଯ୍ୟନ୍ତ ଜଷ୍ଟିସ୍ ରମଣ ମାମଲା ଶୁଣାଣି କରିବେ। ଶୀତକାଳୀନ ଅବକାଶ ସମୟରେ ଡିସେମ୍ବର୨୬, ୨୭, ୨୮, ୩୦, ୩୧ ତାରିଖ ଦିନ ହାଇକୋର୍ଟ କାର୍ଯ୍ୟାଳୟ ସକାଳ ୧୧ଟାରୁ ଦିନ ୩ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଜରୁରୀ ମାମଲାଗୁଡ଼ିକ ତାଲିକାଭୁକ୍ତ ପାଇଁ କାର୍ଯ୍ୟ ଦିବସର ଦିନ ୧୧ଟାରୁ ୧୨ଟା ମଧ୍ୟରେ ଇ-ଫାଇଲିଂ କରାଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |