ଓଡ଼ିଶାର ନୂଆ ବି.ଏଡ଼ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ : କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ବିଗତ ଦିନଗୁଡ଼ିକରେ ଶିକ୍ଷକ ଶିକ୍ଷା ପ୍ରତି ଧ୍ୟାନ ଦିଆ ଯାଇ ନଥିଲା। ଆଗାମୀ ଦିନରେ ଓଡ଼ିଶାରେ ଶିକ୍ଷକ ଶିକ୍ଷାର ବିକାଶ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ। ଓଡ଼ିଶାର ନୂଆ ବି.ଏଡ଼ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହି କେନ୍ଦ୍ରଗୁଡ଼ିକରୁ ପାସ୍ କରୁଥିବା ଶିକ୍ଷକ ସମଗ୍ର ଦେଶରେ ଥିବା ଶିକ୍ଷକଙ୍କ ଆବଶ୍ୟକତାକୁ ପୂରଣ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଟକସ୍ଥିତ ରାଧାନାଥ ଟ୍ରେନିଂ କଲେଜ ପ୍ରତିଷ୍ଠାନକୁ ଶହେ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ଧର୍ମେନ୍ଦ୍ର। ୧୯୨୩ ମସିହାରେ ପ୍ରତିଷ୍ଠା ହୋଇଥ‌ିବା ଏହି ଶିକ୍ଷାନୁଷ୍ଠାନ ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଶତବାର୍ଷିକୀ ଉତ୍ସବରେ ଏହି ଶିକ୍ଷା ମନ୍ଦିରକୁ ନାକ୍‌ ମାନ୍ୟତା ମିଳିବା ନେଇ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!