ବୋରିଗୁମ୍ମା ହିନ୍ଦୁ ମହାସଂଘର ପରିଚୟ ସତ୍ର ବୈଠକ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର) :-ଅବିଭକ୍ତ କୋରାପୁଟ ଜିଲ୍ଲା ସଭାପତି ଜଗନ୍ନାଥ ଶତପଥୀ ଙ୍କ ଅଧ୍ୟକ୍ଷତାରେ ବୋରିଗୁମ୍ମା ଜଗନ୍ନାଥ ମନ୍ଦିର ବୈଠକ ଗୃହ ରେ ହିନ୍ଦୁ ମହାସଂଘ ର ପରିଚୟ ସତ୍ର ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ୧ମ ସତ୍ର ରେ ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ସୌଭାଗ୍ୟ ବାବା ଏବଂ ୨ୟ ସତ୍ର ରେ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ଓ କେନ୍ଦ୍ରୀୟ ସହ ସଂଯୋଜକ ଡ. ଗଣେଶ ପଣ୍ଡା ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ ଓ ଚିନ୍ମୟୀ ସାହୁ, ଭବାନୀ ବାହିନୀ ପ୍ରମୁଖ ଜୟଶ୍ରୀ ନାୟକ, ପ୍ରଫୁଲ୍ଲ ଚନ୍ଦ୍ର ଦଣ୍ଡସେନା, ରାଜ୍ୟ ସାଧାରଣ ସମ୍ପାଦକ ଉମାକାନ୍ତ ବିଷୟୀ, ଅବିଭକ୍ତ କୋରାପୁଟ ଜିଲ୍ଲା ସାଧାରଣ ସଂପାଦକ ବିମଳ ପଟ୍ଟନାୟକ, ଗୋପାଳ କୃଷ୍ଣ ମହାପାତ୍ର,ଜି ମୋହନ ଦୋରା, ମଧୁସୂଦନ ରାଓ, କରସେବକ ଭାରତ ବିହାରୀ ପାଣିଗ୍ରାହୀ , ସାମାଜିକ ଗଣମାଧ୍ୟମ ପ୍ରଭାରୀ ଗୋରା ହରିଜନ, ଜୟ ସେନ ନାଗେଶ, ଅବିଭକ୍ତ କୋରାପୁଟ ଜିଲ୍ଲା ସଂଯୋଜକ ଅତୁଲ ମିଶ୍ର, ଚନ୍ଦ୍ର ଗୌଡ, ସ୍ନେହାରାଣୀ ନାୟକ, ପିଙ୍କି ଶତପଥୀ, ତର୍ପଣ ଲେଙ୍କା, ରିଦ୍ଧୀ ପାଣିଗ୍ରାହୀ, ସୁନିଲ୍ କୁମାର ଦାସ, ହେମନ୍ତ ମାଝୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ବୋରିଗୁମ୍ମା ରେ ଅପରିଚିତ ବ୍ୟକ୍ତି ଓ ବାଂଲାଦେଶୀ ଅନୁପ୍ରବେଶକାରୀ ସଂଖ୍ୟା ବୃଦ୍ଧି କୁ ନେଇ ହିନ୍ଦୁ ମହାସଂଘ ଉଦ୍ବେଗ ପ୍ରକାଶ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!