ଓଡ଼ିଶାର ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମପତି ନିଯୁକ୍ତ

ଭୁବନେଶ୍ୱର,୨୫ା୧୨:ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ। ତାଙ୍କ ସ୍ଥାନରେ ହରି ବାବୁ କମ୍ଭମପତି ନୂଆ ରାଜ୍ୟପାଳ ନିଯୁକ୍ତି ହୋଇଛନ୍ତି। ରଘୁବରଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ଦୌପଦୀ ମୂର୍ମୁଙ୍କ ପାଖକୁ ପାଖକୁ ପଠାଇଛନ୍ତି।  ଓଡ଼ିଶା ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ଡା. ହରିବାବୁ କମ୍ଭମପତି । ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ପାଇ ସେ ବେଶ୍ ଖୁସି ଥିବା କହିଛନ୍ତି । ଓଡିଶାର ଉନ୍ନତି ପାଇଁ କାମ କରିବି । ଓଡ଼ିଶାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହେଉଛି । ଖଣିଜ ସମ୍ପଦରେ ଭରି ରହିଛି ଓଡ଼ିଶା । ଶିଳ୍ପ ସ୍ଥାପନ ପାଇଁ ଏଠାରେ ଅନେକ ସୁଯୋଗ ରହିଛି । ଓଡିଶା ସରକାର ପଲିସି ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ । ଏ ଦିଗରେ ବହୁ ଉନ୍ନତଧରଣ କାର୍ଯ୍ୟ ହୋଇପାରିବ । ଓଡିଶାର ବହୁ ଶ୍ରମିକ ଆନ୍ଧ୍ରରେ କାମ କରନ୍ତି । ରାଜ୍ୟରେ ଶ୍ରମିକ ସମସ୍ୟା ଥିଲେ ସେହି ଦିଗକୁ ଗୁରୁତ୍ୱର ସହ ନିଆଯିବ ଏବଂ ବହୁମୁଖି କାର୍ଯ୍ୟକରାଯିବ ।ଆଜି ଓଡ଼ିଶା ରାଜ୍ୟପାଳ ଦାୟିତ୍ୱରେ ଥିବା ରଘୁବର ଦାସ ଇସ୍ତଫା ଦେଇଛନ୍ତି । ମହାମହିମ ରାଷ୍ଟ୍ରପତି ରଘୁବରଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି । ରଘବରଙ୍କ ଇସ୍ତଫା ଘୋଷଣା ପରେପରେ ହରିବାବୁଙ୍କ ନାମ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଘୋଷଣା କରାଗଲା । ୨୦୧୪ରେ ବିଶାଖାପାଟନାରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ହରିବାବୁ । ପେଷାରେ ଇଞ୍ଜିନିୟର ହରିବାବୁ ରାଜନୀତି ପାଇଁ ଚାକିରି ଛାଡ଼ିଦେଇଥିଲେ । ଓଡ଼ିଶା ଗଭର୍ନର ହେବା ପୂର୍ବରୁ ସେ ମିଜୋରାମ ରାଜ୍ୟପାଳ ଦାୟିତ୍ୱରେ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!