ଆଜି ପବିତ୍ର ବଡ଼ଦିନ; ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ବଡଦିନ ଶୁଭେଚ୍ଛା

ଭୁବନେଶ୍ୱର,୨୫ା୧୨:ଆଜି ବଡ଼ଦିନ, ଖ୍ରୀଷ୍ଟ ଧର୍ମାବଳମ୍ବୀଙ୍କ ବଡ଼ ପର୍ବ। ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଏହି ଅବସରରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ମଧ୍ୟରାତ୍ରରେ ପ୍ରଭୁ ଯୀଶୁ ଧରାବତରଣ କରିବା ପରେ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଚର୍ଚ୍ଚମାନଙ୍କରେ ଏନେଇ ସୁନ୍ଦର ସାଜସଜ୍ଜା ହୋଇଛି। କ୍ରିସମାସ୍ ଟ୍ରି, ସ୍ନୋ ବଲ୍, ରଙ୍ଗୀନ୍ ଆଲୋକମାଳାରେ ଝଲସୁଛି ଚର୍ଚ୍ଚ। ସମୂହ ପ୍ରାର୍ଥନା କରିବାକୁ ଚର୍ଚ୍ଚରେ ଜମିଛି ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କର ଭିଡ଼।ବଡଦିନ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରା​‌ଷ୍ଟ୍ରପତି ଜଗଦୀପ ଧନକଡ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ସମେତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ପବିତ୍ର ବଡଦିନ ପାଳନ ଅବସରରେ ସମସ୍ତେ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ପ୍ରେମ ଓ ସଂହତି ବାର୍ତ୍ତାକୁ ପାଳନ କରିବା ଜରୁରୀ। ବିଶ୍ବରେ ଭାଇଚାରା ଓ ବିଶ୍ବବାସୀଙ୍କ ଉନ୍ନତି ପଥକୁ ଆଲୋକିତ କରିବାରେ ଯିଶୁଙ୍କ ବାଣୀ ପ୍ରେରଣା ଯୋଗାଉଥିବା ସେ କହିଛନ୍ତି। ଅପରପକ୍ଷରେ ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ପବିତ୍ର ବଡଦିନରେ ସମସ୍ତେ ଏକତା, ସଂହତି ଓ ପାରସ୍ପରିକ ଭଲ ପାଇବାକୁ ଗୁରୁତ୍ବ ଦେବା ଉଚିତ।କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ୱର ସର୍ବବୃହତ ବାଲୁକା କଳା ହୋଇଛି। ଯାହା ୱାଲ୍ଡ ରେକର୍ଡ BOOKS OF INDIAରେ ସ୍ଥାନ ପାଇଛି। ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଚକୋଲେଟ୍ ସାଣ୍ଟା କ୍ଲଜ୍ ପ୍ରସ୍ତୁତ କରିଛନ୍ତି। ୧୬୦ ଫୁଟ୍ ଲମ୍ବ ଏବଂ ୧୦୦ ଫୁଟ୍ ଚଉଡାର ବାଲୁକା କଳା ନୂଆ ବିଶ୍ୱ ରେକର୍ଡ ହାସଲ କରିଛି।   ଏହାର ସ୍ୱତନ୍ତ୍ରତା ହେଉଛି ଏଥିରେ ସେ ୫୫୦ କିଲୋ କ୍ୟାଣ୍ଡି ଚକୋଲେଟ୍‌ ବ୍ୟବହାର କରି ବିଶ୍ୱବାସୀଙ୍କୁ ବଡ଼ଦିନର ଅଭିନନ୍ଦନ ଜଣାଇଛନ୍ତି ।ଉଡାର ଏହି ବିରାଟ ସାନ୍ତା କ୍ଲଜ ୧୬ ହଜାର ବର୍ଗଫୁଟ ଫୁଟ୍‌ ଅଞ୍ଚଳରେ ପ୍ରସ୍ତୁତ କରାଯାଇଛି। ଏହାକୁ ନିଜ ଛାତ୍ରଛାତ୍ରୀଙ୍କ ସହ ମିଶି ସୁଦର୍ଶନ ୬ ଘଣ୍ଟାରେ ଶେଷ କରିଛନ୍ତି। ସୁଦର୍ଶନ କହିଛନ୍ତି, ପ୍ରତିବର୍ଷ ଖ୍ରୀଷ୍ଟମାସ ସମୟରେ କିଛି ଅଲଗା ବାଲୁକା କଳା କରିବା ଲାଗି ଚେଷ୍ଟା କରୁଛୁ। ଏ ବର୍ଷ ଆମେ ଶୁଭ ଖ୍ରୀଷ୍ଟମାସ ବାର୍ତ୍ତା ସହିତ ଚକୋଟେ୍‌ ସାନ୍ତା ତିଆରି କରିବାକୁ ସ୍ଥିର କରିଥିଲୁ। ଏହାକୁ ୱାର୍ଲ୍ଡ ରେକର୍ଡ ବୁକ୍‌ ଅଫ୍‌ ଇଣ୍ଡିଆର ମୁଖ୍ୟ ସମ୍ପାଦକ ସୁଷମା ନାଭେକର ବିଶ୍ୱ ରେକର୍ଡ ଭାବେ ଘୋଷଣା କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!