ନୂଆଦିଲ୍ଲୀ,୨୫।୧୨:କାଜାଖସ୍ତାନରେ ବଡ଼ ଧରଣର ବିମାନ ଦୁର୍ଘଟଣା । ପକ୍ଷୀ ସହ ମାଡ଼ ହୋଇ ଯାତ୍ରୀବାହୀ ବିମାନରେ ଲାଗିଲା ନିଆଁ । ବିମାନରେ ୭୦ ଜଣ ଯାତ୍ରୀ ଥିଲେ । କାଜାଖସ୍ତାନରେ ଅକତାଉ ସହରରେ ବୁଧବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୪୨ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ପାଇଲଟ ଜରୁରୀ ଅବତରଣ କରିବାକୁ ଉଦ୍ୟମ କରିଥିଲେ। ହେଲେ ଅବତରଣ ପୂର୍ବରୁ ବିମାନଟି ରନଓ୍ବେରେ ଖସିପଡ଼ିଥିଲା। ଏହା ପରେ ସେଥିରେ ନିଆଁ ଲାଗିଯାଇଥିଲା। କାଜାଖସ୍ତାନର ଅକଟାୱ ସହର ନିକଟରେ ପ୍ଲେନ୍ କ୍ରାସ୍ ହୋଇଛି । ବାକୁରୁ ଋଷିଆର ଗ୍ରୋଜନି ସହରକୁ ଯାଉଥିଲା ବିମାନଟି । ବିମାନଟି ଜରୁରୀ ଅବତରଣ କରୁଥିବା ବେଳେ ଏଥିରେ ଲାଗିଥିଲା ନିଆଁ ।ବିମାନରେ ୬୨ ଯାତ୍ରୀ ଏବଂ ୫ କର୍ମଚାରୀଙ୍କୁ ମିଶାଇ ମୋଟ ୬୭ ଜଣ ଥିଲେ। ଆଜରବାଇଜାନ ଏୟାରଲାଇନ୍ସର ଏହି ବିମାନଟି ବକୁରୁ ରୁଷର ଗ୍ରୋଜନୀ ସହରକୁ ଉଡ଼ାଣ କରୁଥିଲା। ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ପାଇଲଟ କାଜାଖସ୍ତାନର ଅକତାଉ ସହରରେ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ। ଅନୁମତି ପରେ ପରେ ପାଇଲଟ ବିମାନକୁ ଅବତରଣ କରାଇବାକୁ ଉଦ୍ୟମ କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ୬୭ ଜଣଙ୍କ ମଧ୍ୟରୁ ୪୨ ଜଣ ପ୍ରାଣ ହରାଇଥିବାବେଳେ ୨୫ ଜଣ ବର୍ତ୍ତି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |