ମାର୍ଚ୍ଚରେ ଆକାଉଣ୍ଟକୁ ଆସିବ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୨୫।୧୨ : ବୁଧବାର ‘ସୁଭଦ୍ରା’ ଯୋଜନାକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଆସନ୍ତାବର୍ଷ ମାର୍ଚ୍ଚ ମାସରେ ମିଳିବ ‘ସୁଭଦ୍ରା’ ଟଙ୍କାର ୨ୟ କିସ୍ତି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏକା ବେଳେ କୋଟିଏ ହିତାଧିକାରୀଙ୍କୁ ୨ୟ କିସ୍ତି ମିଳିବ । ଜାନୁଆରୀ ସୁଦ୍ଧା ୧ କୋଟି ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ ।୩ଟି ପର୍ଯ୍ୟାୟରେ ଯୋଗ୍ୟ ମହିଳାଙ୍କ ଆକାଉଣ୍ଟରେ ପ୍ରଥମ କିସ୍ତିର ଟଙ୍କା ପହଞ୍ଚିବା ପରେ ଚତୁର୍ଥ ପର୍ଯ୍ୟାୟକୁ ଅପେକ୍ଷା କରି ରହିଛନ୍ତି ଅନେକ ହିତାଧିକାରୀ । କିନ୍ତୁ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଡିସେମ୍ବର ୨୫ ଦେବାକୁ ଥିବା ବେଳେ ଏହାକୁ ସ୍ଥଗିତ ରଖାଯାଇଛି । ତେବେ ଏ ନେଇ ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟକୁ ନେଇ କୁହାଯାଉଛି ଯେ, ଏହି ଟଙ୍କା ଆସନ୍ତା ୨୦୨୫ ଜାନୁୟାରୀରେ ସରକାର ପଠାଇ ପାରନ୍ତି । ଏହି ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷରୁ ଅଧକ ହିତାଧିକାରୀଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ । ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାରୁ ଏହି ପର୍ଯ୍ୟାୟ ଟଙ୍କା ବିଳମ୍ବରେ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ଯାଞ୍ଚ ଆସନ୍ତା ୩୦ ସୁଦ୍ଧା ଶେଷ ହୋଇଯିବ, ଏହାପରେ ହିତାଧିକାରୀଙ୍କୁ ନୂଆବର୍ଷରେ ନୂଆ ଉପହାର ଦେଇପାରନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!