ଇଭି ଶୋ’ ରୁମରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ବର,୨୭ା୧୨: ଇଭି ଗାଡି ଶୋରୁମରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଲା ଗାଡି । ଗଞ୍ଜାମ ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ରେଡ୍ଡୀ ଗ୍ୟାରେଜ ଛକ ନିକଟରେ ଥିବା ଇଭି ଶୋ’ ରୁମରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ଜଳିଗଲା ଏକାଧିକ ଗାଡ଼ି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି।ଆଜି ସକାଳେ ଇଭି ଶୋ’ ରୁମରେ ହଠାତ୍ ନିଆଁ ଲାଗିଯାଇଥିଲା। ଶୋ’ ରୁମରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଇଭି ଶୋ’ ରୁମର ମାଲିକଙ୍କୁ ଖବର ଦେବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ୨ଟି ଅଗ୍ନିଶମ ବାହିନୀ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ତେବେ ଏହି ଅଗ୍ନିକାଣ୍ଡରେ ଏକାଧିକ ଗାଡି ଜଳିଯାଇଛି । ଯେଭଳି କୌଣସି ଅଘଟଣ ନଘଟେ ସେଥିପାଇଁ ସ୍ଥାନୀୟ ଲୋକଙ୍କୁ ମଧ୍ୟ ସତର୍କ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇ ପାରି ନାହିଁ । 2ଟି ଅଗ୍ନିଶମ ବାହୀନିର ଗାଡି ନିଆଁ ଲିଭାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ତେବେ ନିଆଁ ଲାଗିଥିବା ସ୍ଥାନରେ ପ୍ରବଳ୍ ଧୂଆଁ ଦେଖାଯାଇଛି । ପାରିପାର୍ଶ୍ବ ଧୂଆଁରେ ଆଚ୍ଛାଦିତ ହୋଇ ରହିଛି । ପୋଲିସ ପହଞ୍ଚି ତଦନ୍ତର ଅନୁଧ୍ୟାନ କରିବା ସହିତ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ଜାରି ରଖିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!