ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର ରଚୁଛି ଚାଇନା

ନୂଆଦିଲ୍ଲୀ,୨୭ା୧୨:ଲଦାଖରୁ ସୈନ୍ୟ ପ୍ରତ୍ୟାହାର ଏବଂ ସୀମାରେ ଉତ୍ତେଜନା ହ୍ରାସକୁ ଭାରତ ଓ ଚାଇନା ପ୍ରାଥମିକତା ଦେଉଥିବା କହୁଛନ୍ତି। କିନ୍ତୁ ଏନେଇ ବେଜିଂ ଟାଳଟୁଳ ନୀତି ଅବଲମ୍ବନ କରୁଛି।ବ୍ରହ୍ମପୁତ୍ର ନଦୀରେ ଚୀନ ବିଶ୍ୱର ସବୁଠାରୁ ବଡ ବନ୍ଧ ନିର୍ମାଣ କରିବାକୁ ଯାଉଛି। ବନ୍ଧ ନିର୍ମାଣ ଯୋଜନାକୁ ଚୀନ ସରକାର ଅନୁମୋଦନ କରିବା ସ‌ହିତ ଏଥିପାଇଁ ୧୩, ୭୦୦ କୋଟି ଡଲାର ବ୍ୟୟବରାଦ କରିଛନ୍ତି । ବ୍ରହ୍ମପୁତ୍ର ନଦୀର ଉତ୍ପତ୍ତିସ୍ଥଳ ଦିବ୍‌ବତ ଠାରେ ଚୀନ ଏହି ବନ୍ଧ ନିର୍ମାଣ କରିବ। ଏହାଦ୍ୱାରା ନଦୀର ନିମ୍ନ ଅବବାହିକାରେ ରହିଥ‌ିବା ଦେଶ ଭାରତ, ବାଂଲାଦେଶ ପ୍ରଭାବିତ ହେବେ । ବନ୍ଧ ନିର୍ମାଣ ଦ୍ୱାରା ନଦୀର ନିମ୍ନ ଅବବାହିକାରେ ଜଳ ପ୍ରବାହ ହ୍ରା ହ୍ରାସ ପାଇବ । ଚୀନର ରାଷ୍ଟ୍ରାୟତ୍ତ ଗଣମାଧ୍ଯମ ଜିନ୍ଦୁଆ ନ୍ୟୁଜ୍ ଏଜେନ୍ସିର ବୁଧବାର ରିପୋର୍ଟ ଅନୁଯାୟୀ ୟାରଲୁଙ୍ଗ ଜାଙ୍ଗବାଓ ନଦୀରେ ହାଇଡ୍ରୋପାୱାର ପ୍ରକଳ୍ପ ନିର୍ମାଣ କରିବାକୁ ସରକାର ଅନୁମୋଦନ କରିଛନ୍ତି ।ୟାରଲୁଙ୍ଗ ଜାଙ୍ଗବାଓ ହେଉଛି ବ୍ରହ୍ମପୁତ୍ରର ତିବ୍‌ତୀୟ ନାମ। ଏହି ପ୍ରକଳ୍ପ ନିମନ୍ତେ ୧୩,୭୦୦ କୋଟି ଡଲାର ବରାଦ କରାଯାଇଛି। ଏହା ବିଶ୍ଵର ସବୁଠାରୁ ବଡ ନଦୀବନ୍ଧ ଯୋଜନା ହେବ । ଚୀନର ଥ୍ରି ଜର୍ଜ ଡ୍ୟାମ୍ ଏବେ ବିଶ୍ଵର ସବୁଠାରୁ ବଡ ନଦୀବନ୍ଧ ବୋଲି ବିବେଚନା କରାଯାଉଛି। ମାତ୍ର ବ୍ରହ୍ମପୁତ୍ରରେ ଯେଉଁ ବନ୍ଧ ତିଆରି କରାଯିବ ତାହା ଥ୍ରି ଜର୍ଜ ଡ୍ୟାମ୍ ଠାରୁ ବଡ ହେବ।ପାର୍ଲାମେଣ୍ଟର ଶୀତ ଅଧିବେଶନରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଥିଲେ, ସଂଘର୍ଷ କିମ୍ବା ଅପ୍ରୀତିକର ସ୍ଥିତି ଆଉ ଯେପରି ନ ଘଟେ, ସେଥିପାଇଁ ଫ୍ରିକ୍ସନ ପଏଣ୍ଟଗୁଡ଼ିକରୁ ସୈନ୍ୟ ପ୍ରତ୍ୟାହାର ଉପରେ ସର୍ବାଧିକ ପ୍ରାଥମିକତା ଦିଆଯାଇଥିଲା, ଯାହା ପୂରଣ ହୋଇଛି। ସୀମାରେ ଉତ୍ତେଜନା ହ୍ରାସ କରିବା ପରବର୍ତ୍ତୀ ପ୍ରାଥମିକତା ବୋଲି ଜୟଶଙ୍କର କହିଥିଲେ। ତେବେ ହାଇରିଜଲ୍ୟୁଶନ୍‌ ସାଟେଲାଇଟ୍‌ ଫଟୋରୁ ଚାଇନା ପକ୍ଷ ଉତ୍ତେଜନା ହ୍ରାସ କରିବା ଦିଗରେ କୌଣସି ସ୍ପଷ୍ଟ ସୂଚନା ଦେଉନାହିଁ। ପଙ୍ଗୋଙ୍ଗ ହ୍ରଦର ଉତ୍ତର ପାର୍ଶ୍ୱ ନିକଟବର୍ତ୍ତୀ ବିବାଦୀୟ ଅଞ୍ଚଳରେ ବେଜିଂ ଏହାର ସାମରିକ ଏବଂ ଦ୍ୱୈତ ବ୍ୟବହାରକ୍ଷମ ଭିତ୍ତିଭୂମିର
ବିକାଶ ଜାରି ରଖିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!