ଡିଜି ପାହ୍ୟାକୁ ଗଲେ ୩ IPS

ଭୁବନେଶ୍ବର,୧ା୧:   3 ଆଇପିଏସଙ୍କୁ ମିଳିଲା  ପଦୋନ୍ନତି । 3ଜଣ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି କରାଯାଇଛି । ୧୯୯୩ ବ୍ୟାଚ୍‌ର ୩ IPSଙ୍କ ଡିଜି ପାହ୍ୟାକୁ ପଦୋନ୍ନତି କରିଛନ୍ତି ମୋହନ ସରକାର । ବିନୟତୋଷ ମିଶ୍ର, ଆରପି କୋଚେ ଡିଜି ପାହ୍ୟାକୁ ପଦନ୍ନୋତି କରାଯାଇଥିବା ବେଳେ କେନ୍ଦ୍ରୀୟ ଡେପୁଟେସନରେ ଥିବା ସୁଶାନ୍ତ ନାଥ ଡିଜି ପାହ୍ୟାକୁ ପଦୋନ୍ନତି କରାଯାଇଛି ।ଗତକାଲି ୮ ଆଇପିଏସ ଅଫିସରଙ୍କୁ ପଦୋନ୍ନତି ଦେଇଥିଲେ ରାଜ୍ୟ ସରକାର । ଯତିନ୍ଦ୍ର କୋୟଲ, ପ୍ରତୀକ ମହାନ୍ତିଙ୍କୁ ADG ପାହ୍ୟାକୁ ପଦୋନ୍ନତି କରାଇଥିଲେ। ପୂର୍ବରୁ ସେମାନେ ଆଇପିଏସ ରହିଥିଲେ । ସେହିପରି ପିନାକ ମିଶ୍ର, ବି. ଯୁଗୋଳ କିଶୋର କୁମାର, ବି. ଗଙ୍ଗାଧରଙ୍କୁ DIG ପାହ୍ୟା  ଏବଂ ଅବିନାଶ କୁମାର, ସାର୍ଥକ ଷଡ଼ଙ୍ଗୀ, ନିତି ଶେଖରଙ୍କୁ IG ପାହ୍ୟା ଦିଆଯାଇଥିଲା । ଆଜି ପୁଣି 3ଜଣ ଆଇପିଏସ ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!