ଓଡ଼ିଶା ଫେରିଲା ଜିନ୍ନତ

ଭୁବନେଶ୍ୱର,୧ା୧:ଓଡ଼ିଶା ଫେରିଲା ବାଘୁଣୀ ଜିନ୍ନତ । NTCA ଛାଟ ପରେ ପଶ୍ଚିମବଙ୍ଗ ଆଲିପୁର ଚିଡ଼ିଆଖାନାରୁ ବିଳମ୍ବିତ ରାତିରେ ଓଡ଼ିଶା ଫେରିଛି ଜିନ୍ନତ। ବନବିଭାଗ ପକ୍ଷରୁ ସ୍ବତନ୍ତ୍ର ଗାଡିରେ ପାଇଲଟିଂ କରି ଜିନ୍ନତକୁ ଓଡ଼ିଶା ଅଣାଯାଇଛି । ଓଡ଼ିଶାରେ ପହଞ୍ଚିବା ପରେ ଜିନ୍ନତକୁ ଶିମିଳିପାଳ ଦକ୍ଷିଣ ଡିଭିଜନର ସଫ୍ଟ ଏନକ୍ଲୋଜରରେ ଛଡାଯାଇଛି ।୨ ଦିନ ତଳେ ପଶ୍ଚିମବଙ୍ଗ ବାଙ୍କୁରାରେ ଜିନତକୁ ଟ୍ରାଙ୍କୁଲାଇଜ୍ କରାଯିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଆଲିପୁର ଚିଡ଼ିଆଖାନା ନିଆଯାଇଥିଲା। ଏହାକୁ ନେଇ ହରଡ଼ଘଣାରେ ପଡିଥିଲା ପଶ୍ଚିମବଙ୍ଗ ବନବିଭାଗ।ବାଘୁଣୀକୁ କାହିଁକି ଓଡ଼ିଶା ନ ପଠାଇ ଆଲିପୁର ଚିଡ଼ିଆଖାନାକୁ ପଠାଗଲା, ସେ ନେଇ ପ୍ରଶ୍ନ ଉଠାଇଥିଲେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ- NTCA। ଏ ନେଇ NTCA ପକ୍ଷରୁ ପଶ୍ଚିମବଙ୍ଗର ଚିଫ୍ ୱାଇଡଲାଇଫ୍ ୱାର୍ଡେନଙ୍କୁ ଚିଠି କରାଯାଇଥିଲା। ଏଥିସହ SOP ଅନୁସାରେ ତୁରନ୍ତ ବାଘୁଣୀକୁ ଓଡ଼ିଶା ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ NTCA। ଏହାପରେ ଗତ ରାତିରେ ଏକ ସ୍ୱତନ୍ତ୍ର ଗାଡିରେ ଶିମିଳିପାଳରେ ପହଞ୍ଚିଛି ଜିନ୍ନତ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!