କେନ୍ଦ୍ରପଡ଼ା,,୩ା୧: କମଳା ମହାରଣାଙ୍କୁ ଚଳିତବର୍ଷ ଜାତୀୟ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ପରେଡ୍ ଦେଖିବା ପାଇଁ
କେନ୍ଦ୍ର ସରକାର କରିଛନ୍ତି ନିମନ୍ତ୍ରଣ ।ଏ ନେଇ କମଳା ଓ ତାଙ୍କ ପୁଅ ମହେନ୍ଦ୍ରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଫ୍ଲାଇଟ୍ ଟିକଟ୍ କରାଯାଇଛି ।ଅଳିଆରୁ ଘରକରଣା ଜିନିଷ ତିଆରି କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଗତବର୍ଷ ଫେବୃଆରୀ ୨୬ରେ ମନ କୀ ବାତ୍ କାର୍ଯ୍ୟକ୍ରମରେ କମଳାଙ୍କୁ ପ୍ରଶଂସା କରିଥିଲେ ।୨୦୧୬ରେ ପ୍ରତିଷ୍ଠିତ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଗ୍ରୁପର ମୁଖ୍ୟ ହେଉଛନ୍ତି କମଳା ମହାରଣା । ତାଙ୍କ ଅଧିନରେ ୫୦ରୁ ଅଧିକ ମହିଳା ରହି କାମ କରୁଛନ୍ତି । ଗରିବ ମହିଳାଙ୍କୁ ଟଙ୍କା ରୋଜଗାର କ୍ଷେତ୍ରରେ ଆଗୁଆ କରିବା ପାଇଁ କମଳାଙ୍କ ଏହି ପ୍ରୟାସ ।ପ୍ଲାଷ୍ଟିକ୍, ପଲିଥିନ୍ ଅନ୍ୟ ଅଳିଆରୁ କମଳା ପେନ୍ ଷ୍ଟାଣ୍ଡ, ବାସ୍କେଟ୍ ଏବଂ ଫୁଲଦାନୀ ତିଆରି କରନ୍ତି । ଏହା ଜରିଆରେ ନିଜେ ସ୍ୱାବଲମ୍ବୀ ବେହା ସହ ଅନ୍ୟମାନଙ୍କୁ ମଧ୍ୟ କମଳା ସ୍ୱାବଲମ୍ବୀ ହେବାରେ ସାହାଯ୍ୟ କରୁଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |