କାଲିଠୁ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ବନ୍ଦ

ଭୁବନେଶ୍ୱର,୪।୧: କାଲିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ସାତକୋଶିଆ। ୬ ତାରିଖରୁ କୁମ୍ଭୀର ଗଣନା ଆରମ୍ଭ ହେବାକୁ ଥିବାରୁ ଉଭୟ ପର୍ଯ୍ୟଟକ ଓ ମତ୍ସ୍ୟଜୀବୀଙ୍କୁ ସାତକୋଶିଆ ମନା ରହିଛି। ୬, ୭ ଏବଂ ୮ ତାରିଖ ୩ ଧରି ସାତକୋଶିଆରେ କୁମ୍ଭୀର ଗଣନା ହେବ। ସେହିପରି ପକ୍ଷୀ ଗଣନା ପାଇଁ ୧୭ ଓ ୧୮ ତାରିଖ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ବନବିଭାଗ କହିଛି।ମହାନଦୀ ଗଣ୍ଡରେ ୨୩ କିମି ଯାଏ ଗଣନା କରାଯିବାର କାର୍ଯ୍ୟକ୍ରମ ଥିବା ବେଳେ, ବନବିଭାଗର ୧୪ଟି ଦଳରେ ମୋଟ ୭୦ଜଣ କର୍ମଚାରୀ ନିୟୋଜିତ ରହିବେ। ଏଥିପାଇଁ ବନବିଭାଗ ପକ୍ଷରୁ ଦେଶୀଡଙ୍ଗାର ବ୍ୟବସ୍ଥା କରାଯାଇଥିବା ବନଖଣ୍ଡ ଅଧିକାରୀ କହିଛନ୍ତି। ସୂଚାରୁରୂପେ ବିନା ବାଧାବିଘ୍ନରେ ଗଣନା କାର୍ୟ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି କର୍ତ୍ତୃପକ୍ଷ।ସେହିପରି ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ। କୁମ୍ଭୀର ଗଣନା ପାଇଁ ୧୪ରୁ ୨୧ ଯାଏଁ ବନ୍ଦ ରହିବ ଭିତରକନିକା। ପ୍ରଥମ କରି ଭିତରକନିକା ବାହାର ନଦୀନାଳରେ ମଧ୍ୟ ଗଣନା ହେବ ବୋଲି ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!