ନୂଆଦିଲ୍ଲୀ,୪।୧:ଅଷ୍ଟ୍ରେଲିଆ ପରେ ପରେ ଇଣ୍ଡିଆ। ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ସୋଶାଲ ମିଡିଆ ଆକାଉଣ୍ଟ ଖୋଲିବା କ୍ଷେତ୍ରରେ ଆବଶ୍ୟକ ପଡ଼ିପାରେ ବାପା-ମା’ ବା ଅଭିଭାବକଙ୍କ ଅନୁମତି। ଏ ନେଇ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ଡିଜିଟାଲ ପର୍ସୋନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ୨୦୨୫। ଏ ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଇନଫର୍ମେଶନ ଟେକନୋଲଜି ମନ୍ତ୍ରାଳୟ ପକ୍ଷରୁ ଡ୍ରାଫ୍ଟ ରୁଲ୍ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବ୍ୟକ୍ତିଗତ ଡିଜିଟାଲ ଡାଟା ସୁରକ୍ଷା ଆଇନ ବା DPDP ନିୟମ ପାଇଁ ଏକ ଡ୍ରାଫ୍ଟ ନିୟମ ଜାରି କରିଛି।ଫେବୃଆରୀ ୧୮ ପର୍ଯ୍ୟନ୍ତ ଏହି ସମ୍ପର୍କରେ ସମସ୍ତ ହିତାଧିକାରୀଙ୍କୁ ନିଜର ଅଭିଯୋଗ ଓ ପରାମର୍ଶ ଦେବାକୁ ଆହ୍ବାନ କରାଯାଇଛି। ମତ ଅନୁସାରେ ଏଥିରେ ପରିବର୍ତ୍ତନ କରାଯିବ। ନଚେତ୍ ସରକାର ଡ୍ରାପ୍ଟ ହୋଇଥିବା ନିୟମକୁ ଦେଶର ଲାଗୁ କରିବେ। କେନ୍ଦ୍ର ସରକାରଙ୍କର ଏହି ଯୋଜନା ବାବଦରେ ଲୋକେ MyGov.in ୱେବ୍ସାଇଟ୍ରେ ଯାଇ ଫେବ୍ରୁଆରୀ ୧୮ ମଧ୍ୟରେ ନିଜର ମତ ରଖିପାରିବେ। ଏହାପରେ ସରକାର ଲୋକଙ୍କ ମତକୁ ବିଚାରକୁ ନେବେ ବୋଲି କେନ୍ଦ୍ର ସରକାର କହିଛନ୍ତି। ତେବେ ଏଥିରେ ଉଲ୍ଲଂଘନ ହେଲେ ଦଣ୍ଡବିଧାନ ନେଇ କୌଣସି ସୂଚନା ଦିଆଯାଇ ନାହିଁ। କେନ୍ଦ୍ର ସରକାର ଜାରି କରିଥିବା ଡ୍ରାଫ୍ଟ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ବ୍ୟକ୍ତିଗତ ଡିଜିଟାଲ ଡାଟା ସୁରକ୍ଷା ଆଇନ -୨୦୨୩ ର ଧାରା ୪୦ ର ଉପ-ବିଭାଗ ୧ ଏବଂ ୨ ଅଧୀନରେ ଥିବା କ୍ଷମତାର ପ୍ରୟୋଗରେ କେନ୍ଦ୍ର ସରକାର ପ୍ରସ୍ତାବିତ ନିୟମର ଡ୍ରାଫ୍ଟ ପ୍ରକାଶ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |