କେନ୍ଦ୍ରାପଡ଼ା,୪ା୧: ଅଦିନିଆ ଫସଲହାନି ଯୋଗୁଁ ଆଳି ଥାନା କୋଳିଡିହ ଗ୍ରାମର ଜନୈକ ଚାଷୀ ବିଷପିଇ ଜୀବନ ହରାଇଥିବା ନେଇ ଆଳି ଥାନାରେ ଅଭିଯୋଗ ହୋଇଛି। ଜୀବନ ହାରିଥିବା ଚାଷୀ ଜଣକ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ କୋଳିଡିହ ଗାଁର କୈଳାସ ଚନ୍ଦ୍ର ଧଳ(୫୭) ବୋଲି ଜଣାପଡ଼ିଛି।ଋଣ ଭାର ସହି ନପାରି ବିଷ ପିଇଲେ ଚାଷୀ! ସୂଚନା ଅନୁଯାୟୀ ମୃତ ଚାଷୀଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଳକ୍ ଅନ୍ତର୍ଗତ କୋଳିଢିଅ ।ମୃତ ଚାଷୀ କୌଳାଶ ଚନ୍ଦ୍ର ଧଳ (୫୭) ଅଦିନିଆ ଲଘୁଚାପ ବର୍ଷାରେ ୪ ରୁ ୫ ଏକର ଧାନ ଫସଲ ନଷ୍ଟ ହେବା ଯୋଗୁ ମାନସିକସ୍ତରରେ ଭଙ୍ଗି ପଡ଼ିଥିଲେ।ଶୁକ୍ରବାର ସନ୍ଧ୍ୟାରେ ଖାଇ ସାରିବାପରେ କବାଟ ଦେଇ ଘରେ ଶୋଇଥିବା ସମୟରେ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।ଆଜି ସକାଳୁ ତାକ ମୃତ ଦେହକୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ପୋଷ୍ଟମର୍ଟମ କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସତ୍ୟତା ସାମ୍ନାକୁ ଆସିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |