ଜିଲାପାଳଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କଲା ଜିଲା ଅଙ୍ଗନବାଡୀ ସଂଘ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ୪ା୧:ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀକକ୍ଷ ଠାରେ ଜିଲାପାଳ ଡଃ.ଶୁଭଙ୍କର ମହାପାତ୍ରଙ୍କର ସହିତ ଭାରତୀୟ ମଜଦୂର ସଙ୍ଘ ସହବନ୍ଧିତ ଅଲ ଓଡିଶା ଅଙ୍ଗନଓ୍ବାଡି ଲେଡିସ ଓ୍ବାର୍କର ଏସୋସିଏସନ ତରଫରୁ ନବରଙ୍ଗପୁର ଜିଲାରେ ଅଙ୍ଗନବାଡୀକର୍ମୀ ଙ୍କର ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା । ଏହା ସହିତ ଅଙ୍ଗନବାଡୀ ସଂଘର ବିଭିନ୍ନଦାବି ସଂପର୍କରେ ଆଲୋଚନା କରାଯାଇ ଦାବୀପତ୍ର ଜିଲାପାଳ ଡଃ. ଶୁଭଙ୍କର ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି। “ମୂଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟିକର ଯୋଜନା”ରେ ୧୪ରୁ ୧୯ ବର୍ଷର କିଶୋରୀମାନଙ୍କୁ ଅଣ୍ଡା ବଣ୍ଟନ କରାଯିବା,ଗର୍ଭବତୀ,ପ୍ରସୂତି ତଥା ୬ ମାସରୁ ୩ ବର୍ଷ ଶିଶୁଙ୍କୁ ଆବଶ୍ୟକ ଅଣ୍ଡା ବଣ୍ଟାଯିବା,ପ୍ରାକ ବିଦ୍ୟାଳୟ ଶିଶୁଙ୍କ ନିମନ୍ତେ ଅଣ୍ଡା ବଣ୍ଟନ କରାଯାଉଥିବାବେଳେ ଅଣ୍ଡା ଦର ବଜାରରେ ବୃଦ୍ଧି ପାଇ ଥିବାରୁ ସରକାର ଅଣ୍ଡା ଦର ବୃଦ୍ଧି କରିବା ପାଇଁ ଦାବି କରାଯାଇଛି । କେତେକ ବ୍ଲକରେ ସଠିକ ଭାବରେ ଛତୁଆ ଦିଆ ଯାଉ ନ ଥିବା ଅଭିଯୋଗ ହୋଇଥିଲା । ତେବେ ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ଜିଲ୍ଲାପାଳ ଡଃ. ମହାପ।ତ୍ର ଦାବିପତ୍ର ପ୍ରଦାନ ବେଳେ ଭାରତୀୟ ମଜଦୂର ସଂଘ ଜିଲା ଉପଦେଷ୍ଟା ପରମେଶ୍ବର ବିଷୋୟୀ,ଭାରତୀୟ ମଜଦୁର ସଂଘର ଜିଲା ସଭାପତି ବାଙ୍କବିହାରୀ ବିଷୋୟୀ,ଅଙ୍ଗନବାଡୀ ସଂଘର ଜିଲା ସଭାନେତ୍ରୀ ଭାଗ୍ୟବତୀ ଷଡଙ୍ଗୀ, ସମ୍ପାଦିକା ସନ୍ଧ୍ୟାରାଣୀ ବିଶ୍ବାଳ, ଉପ ସଭାନେତ୍ରୀ ଶୁଭାଷିତା ପାତ୍ର, କୋଷାଧ୍ୟକ୍ଷା ମମତା ବ୍ରହ୍ମା, ରାଜ୍ୟ ନେତ୍ରୀ ସବିତା ନାୟକ, ଅଙ୍ଗନଓ୍ବାଡି ସଂଘ ଜିଲା କାର୍ଯ୍ୟକର୍ତ୍ତ। ପ୍ରମୂଖ ଉପସ୍ଥିତ ରହିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!