ଡାବୁଗାଁ ସତସଙ୍ଗ ବିହାର ଠାରେ ନୂଆ ବର୍ଷର ପ୍ରଥମ ସତସଙ୍ଗ ଅନୁଷ୍ଠିତ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୪ା୧:-ଡାବୁଗାଁ ବ୍ଲକ ସ୍ଥିତ ସତସଙ୍ଗ ବିହାର ଠାରେ ଶ୍ରୀ ଶ୍ରୀ ଠାକୁର ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ପ୍ରଥମ ସତସଙ୍ଗ ଅନୁଷ୍ଠିତ ହେଲା। ଏହି ସତସଙ୍ଗ ଓ ସଂକୀର୍ତ୍ତନରେ ଅଞ୍ଚଳର ଶତାଧିକ ଭକ୍ତ ଯୋଗ ଦେଇଥିଲେ । ଡାବୁଗାଁ ସତସଙ୍ଗ ବିହାର ଠାରେ ସ୍ୱସ୍ତୟନୀ ଧାରୀ ଗୁରୁ ଭାଇ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଙ୍କ ଦ୍ୱାରା ସନ୍ଧ୍ୟାରେ ସତସଙ୍ଗ ଓ ଆନନ୍ଦ ବଜାରର ଆୟୋଜନ କରା ଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ରିତିକ କମଳ କାନ୍ତ ସାହୁ,ଦେବରାଜ ପାତ୍ର,ଅଜୟ ବଳବ ପଣ୍ଡା, ପ୍ରକାଶ ମହାପାତ୍ର, ପଙ୍କଜ ମହାନ୍ତି, ଧବଳ ନାୟକ, ବିବେକା ବାରିକ, ମୁରଲୀ ଧର ଡାକୁଆ,ପ୍ରଫୁଲ କୁମାର ପଟ୍ଟନାୟକ ପ୍ରମ୍ମୁଖ ଉପସ୍ଥିତ ଥିଲେ ।ପ୍ରଥମେ ପ୍ରାର୍ଥନା ,ସତ୍ୟାନୁ ଶରଣ ପଠନ ,ସାଧାରଣ ସଭା ,ପ୍ରସାଦ ସେବନ କରା ଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!