ଯାଜପୁର ,୪ା୧: ଯାଜପୁର ପାଣିକୋଇଲିରେ ୨ ଜଣଙ୍କୁ ଫାୟାରିଂ କରି ଲୁଟ୍ ଉଦ୍ୟମ |ଫାୟାରିଂରେ ଜଣେ ମୃତ, ଆଉ ଜଣେ ଗୁରୁତର |ସୁନା ଦୋକାନକୁ ଲୁଟ୍ କରିବାକୁ ଆସି ୨ କର୍ମଚାରୀଙ୍କୁ ଗୁଳିମାଡ଼ ଏନେଇ ପୋଲିସର ତନାଘନା ଜାରି ରହିଛି। ଜଣଙ୍କ ପେଟରେ ଓ ଅନ୍ୟ ଜଣଙ୍କର ଅଣ୍ଟାରେ ବାଜିଛି ଗୁଳି। ପାଣିକୋଇଲି ବଜାରରେ ବାଇକ୍ରେ ଆସି ଗୁଳିମାଡ଼ କଲେ ଦୁର୍ବୃତ୍ତ। ଜଣଙ୍କୁ ସ୍ଥାନୀୟ ଲୋକେ କାବୁ କରିଥିବା ସୂଚନା। ଏନେଇ ଘଟଣା ସ୍ଥଳରେ ଦେଖିବାକୁ ମିଳିଛି ଉତ୍ତେଜନା ।ଜିଲ୍ଲାର ପାଣିକୋଇଲି ବଜାରରେ ଆଜି ଅପରାହ୍ଣରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ର ଶିକାର ହୋଇଥିବା ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ସୁନା ଦୋକାନ କର୍ମଚାରୀ ସୁନୀଲ ରାୟ। ଏଥି ସହିତ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ପୂର୍ବରୁ ନୀଳମାଧବ ପଣ୍ଡା ନାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକଙ୍କର ଦ୍ବାରା ଆକ୍ରୋଶର ଶିକାର ହୋଇଥିବା ଜଣେ ଲୁଟେରାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |