ଦିଲ୍ଲୀ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ,୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରଥମ ପ୍ରାର୍ଥି ତାଲିକା ପ୍ରକାଶ ପାଇଛି। ୨୯ ଜଣ ପ୍ରାର୍ଥୀଙ୍କ ଏହି ତାଲିକାରେ ଅରବିନ୍ଦ କେଜରିୱାଲ ଏବଂ ମୁଖ୍ୟମନ୍ତ୍ରୀ ଅତିଶୀଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କରାଯାଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି।   ତା’ ମଧ୍ୟରେ ରହିଛି ପୂର୍ବତନ ଲୋକସଭା ସାଂସଦ ପ୍ରବେଶ ସାହିବ ସିଂହ ବର୍ମା ଓ ରମେଶ ବିଧୂଡ଼ୀଙ୍କ ନାଁ।ପ୍ରଥମ ପର୍ଯ୍ୟାୟ ତାଲିକାରେ 29 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ମୈଦାନକୁ ଓହ୍ଲାଇବେ ପରଭେଶ ବର୍ମା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶିଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ରମେଶ ବିଧୂଡ଼ି । କାଲାକାଜି ଆସନରେ ଏଥର ଆତିଶି-ବିଧୁଡ଼ି ଏବଂ କଂଗ୍ରେସରୁ ଆଲକା ଲାମ୍ବାଙ୍କ ମଧ୍ୟରେ ଫାଇଟ୍ ହେବ । ସେହିପରି ଅରବିନ୍ଦର ସିଂହ ଲଭଲୀ ଗାନ୍ଧିନଗରରୁ ନିର୍ବାଚନ ଲଢ଼ିବେ । କରୋଲ ବାଗରୁ ଦୁଷ୍ୟନ୍ତ କୁମାର ଗୌତମ, ପଟେଲ ନଗରରୁ ରାଜ କୁମାର ଆନନ୍ଦ, ରିଠାଲାରୁ କୁଲୱନ୍ତ ରାଣା, ମଙ୍ଗୋଲପୁରୀରୁ ରାଜ କୁମାର ଚୌହାନ, ମଡେଲ ଟାଉନରୁ ଅଶୋକ ଗୋୟଲ, ପ୍ରାର୍ଥୀ ହୋଇଛନ୍ତି ।ନୂଆଦିଲ୍ଲୀ ଆସନରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ପ୍ରବେଶଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିପକ୍ଷରେ କାଲକାଜୀରେ ବରିଷ୍ଠ ନେତା ରମେଶ ବିଧୂଡ଼ୀଙ୍କୁ ଛିଡ଼ା କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!