ପୁରୀ,୫।୧:ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍। ଭୋର୍ ପ୍ରାୟ ୪ଟା ୧୦ରେ ଡ୍ରୋନ୍ ଉଡ଼ିଥିବା ଦେଖାଯାଇଛି। ଡ୍ରୋନଟି ଦୋଳମଣ୍ଡପ ସାହିରୁ ଆସି ପ୍ରଥମେ ମନ୍ଦିର ଚାରିପାଖ ଏବଂ ପରେ ମେଘନାଦ ପାଚେରୀ ବୁଲିଥିଲା। ଏପରିକି ମନ୍ଦିରର ଦଧିନଉତି ଉପରେ ବି ବୁଲିଥିଲା।ନୀଳଚକ୍ର ଉପରେ ବୁଲିବା ସହ ଉତ୍ତର ଦ୍ୱାର ଗୁମୁଟ ଦେଇ ଶ୍ରୀଦାଣ୍ଡରୁ ଉଭାନ ହୋଇଯାଇଥିଲା। ତେବେ ଡ୍ରୋନ୍ କିଏ ଉଡ଼ାଇଥିଲା ଏବଂ ଶ୍ରୀମନ୍ଦିର ଉପରେ କେମିତି ଆସିଲା ତାର ତଦନ୍ତ ଚାଲିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |