ନୂଆଦିଲ୍ଲୀ,୫।୧: ଚୀନ୍ରେ ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍ (ଏଚ୍ଏମ୍ପିଭି) ଆତଙ୍କ ଖେଳାଇଦେଇଛି। ଉକ୍ତ ଭାଇରସ୍ ଯୋଗୁଁ ଶ୍ବାସକ୍ରିୟାଜନିତ ଅସୁସ୍ଥତା ବଢ଼ୁଛି। ତେବେ ଭାରତରେ ଏହି ଭାଇରସ୍କୁ ନେଇ ଏବେ ଚିନ୍ତା କରିବାର କିଛି କାରଣ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଶ୍ବସ୍ତ କରିଛି। ଶନିବାର ଏକ ଏକ ବିବୃତି ଜାରି କରି ମନ୍ତ୍ରାଳୟ କହିଛି ଯେ ଚୀନ୍ରେ ଏହି ସ୍ଥିତି କିଛି ଅସାଧାରଣ ନୁହେଁ। ଭାରତ ଶ୍ବାସକ୍ରିୟାଜନିତ ସଂକ୍ରମଣର ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ଅଛି।ଶ୍ୱାସ ଜନିତ ଯେକୌଣସି ରୋଗର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଭୂତାଣୁ ବାବଦରେ ଅପଡେଟ୍ ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-WHOକୁ ଅନୁରୋଧ କରାଯାଇଥିବା ସୋଶାଲ୍ ମିଡିଆ ଏକ୍ସରେ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।ଏଥିସହ ସ୍ପଷ୍ଟ କରାଯାଇଛି ଯେ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ସର୍ଭେଲାନ୍ସ ଜାରି ରହିଛି। ଆଇସିଏମଆର ଓ ଆଇଡିଏସପିର ତଥ୍ୟ ଅନୁସାରେ ଦେଶରେ ଇନଫ୍ଲୁଏଞ୍ଜା ଏବଂ ଫୁସଫୁସ ସଂକ୍ରମଣ ରୋଗୀ ସଂଖ୍ୟାରେ ଅସ୍ୱାଭାବିକ ବୃଦ୍ଧି ଘଟିନାହିଁ। ତେଣୁ ନୂଆ ଭାଇରସ୍ ପାଇଁ ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।୫ ବର୍ଷ ପରେ ଚୀନରେ ଦେଖାଦେଇଥିବା ଏହି ଭାଇରସକୁ ନେଇ ସାରା ବିଶ୍ୱରେ ଛନକା ପଶିଲାଣି। HMPV ସଂକ୍ରମିତ ଚୀନ ବ୍ୟତୀତ ବର୍ତ୍ତମାନ ସୁଦ୍ଧା ଆଉ କେଉଁଠି ଦେଖାଦେଇନି। ୨୦୨୪ ଡିସେମ୍ବର ୧୬ ପରଠୁ ଅଚାନକ ଏହି ସଂକ୍ରମଣ ଚୀନରେ କାୟା ମେଲାଇଛି। ଏହାର ଲକ୍ଷଣ ମଧ୍ୟ ଫ୍ଲୁ ଓ କୋଭିଡ୍ ଭଳି କୁହାଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |