ଭୁବନେଶ୍ୱର,୫ା୧: ଓଡ଼ିଶା ପବ୍ଲିକ ସର୍ଭିସ କମିସନ (ଓପିଏସସି) ପକ୍ଷରୁ ୨୬୫ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଜାନୁୟାରୀ ୧୦ ତାରିଖରୁ ଏହାର ରେଜିଷ୍ଟ୍ରେସନ ଆରମ୍ଭ ହେବ। ଓପିଏସସିର ୱେବସାଇଟ opsc.gov.inରେ ଛାତ୍ରଛାତ୍ରୀ ମାନେ ଆବେଦନ କରି ପାରିବେ। ଫେବୃୟାରୀ ୧୦ ତାରିଖରେ ରେଜିଷ୍ଟ୍ରେସନ ପ୍ରକ୍ରିୟା ସମାପ୍ତ ହେବ।୨୬୫ ପଦ ମଧ୍ୟରୁ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ୩୦ଟି ପଦବୀ, ଓଡ଼ିଶା ଅର୍ଥ ସେବା (ଓଏଫଏସ)ପାଇଁ ୪୬, ଓଡ଼ିଶା ଟ୍ୟାକ୍ସେସନ ଆଣ୍ଡ ଆକାଉଣ୍ଟ ସର୍ଭିସ ପାଇଁ ୬୨, ଓଡ଼ିଶା ସମବାୟ ଅଡିଟ ସେବା ପାଇଁ ୫, ଓଡ଼ିଶା ସମବାୟ ସେବା ପାଇଁ ୧୪ ଓ ଓଡ଼ିଶା ରାଜସ୍ବ ସେବା ପାଇଁ ୪୩ଟି ପଦବୀ ସୃଷ୍ଟି ହୋଇଛି।କୌଣସି ସରକାରୀ ସ୍ବୀକୃତି ପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ ମାନେ ଆବେଦନ କରି ପାରିବେ। ସେହିପରି ଆବେଦନକାରୀଙ୍କ ବୟସ ୨୧ରୁ ୩୮ ମଧ୍ୟରେ ରହିବା ଆବଶ୍ୟକ। ଅର୍ଥାତ କୌଣସି ଆବେଦନକାରୀ ୨ ଜାନୁୟାରୀ ୧୯୮୬ ପୂର୍ବରୁ କିମ୍ବା ୧ ଜାନୁୟାରୀ ୨୦୦୩ ପରେ ଜନ୍ମ ଗ୍ରହଣ କରିନଥିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |