ଭୁବନେଶ୍ୱର,୬।୧: ଭାରତ ସରକାରଙ୍କ ଆଇଡିଏସପି-ଏନସିଡିସି (Integrated Disease Surveillance Programme – National Centre for Disease Cantrol) (IDSP – NCDC) ଦ୍ୱାରା ଏଚଏମପିଭି ଭୁତାଣୁ ନେଇ ଜାରି କରାଯାଇଥିବା ପ୍ରେସ ବାର୍ତ୍ତା ଜନସାଧାରଣଙ୍କ ଅବଗତି ଏବଂ ବ୍ୟାପକ ସଚେତନତା ନିମନ୍ତେ ଓଡିଶା ସରକାର ସୂଚନା ଜାରି କରିଛନ୍ତି।ଦେଶରେ ଗୁଜରାଟ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଆଦଦି ରାଜ୍ୟରେ ଚୀନର ଭାଇରସ ଏଚଏମପିଭି ଚିହ୍ନଟ ହୋଇସାରିଛି।ହ୍ୟୁମାନ ମେଟାନିମୋ ଭାଇରସ ବା HMPV ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚୀନରୁ HMPV ନେଇ ଆସୁଥିବା ଖବରକୁ WHO ଏପର୍ଯ୍ୟନ୍ତ ସ୍ପଷ୍ଟ କରିନି । ଭାରତ ସରକାର ମଧ୍ୟ ଏନେଇ କୌଣସି ଆଡଭାଇଜରି ଜାରି କରିନାହାନ୍ତି । ତେବେ ଯେକୌଣସି ସ୍ଵାସ୍ଥ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |