ଭୁବନେଶ୍ୱର,୬।୧:ଓଡିଶାର ପ୍ରାକୃତିକ ବୈଭବ ତଥା ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକା ଏବଂ ଅତିଥି ପକ୍ଷୀମାନଙ୍କର ସୁରକ୍ଷା ପାଇଁ ଜନ ଜାଗରଣ ସୃଷ୍ଟି କରିବା ହେଉଛି 5ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବର ଉଦେଶ୍ୟ । ଆଜିଠୁ ଆରମ୍ଭ ହୋଇଛି ଚିଲିକା ବିହଙ୍ଗ ଉତ୍ସବ । ଲୋକସେବା ଭବନ କନଭେନସନ ସେଣ୍ଟରରେ ଏହାକୁ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । 6 ଜାନୁୟାରୀରୁ 12 ଜାନୁୟାରୀ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ । ଚିଲିକା ଓ ଏହା ସହ ଜଡିତ ପକ୍ଷୀ, ଡଲଫିନ ଓ ପର୍ଯ୍ୟଟନର ପ୍ରଚାର କରିବା ପାଇଁ ଏହି ଏହି ଉତ୍ସବ ପାଳନ କରାଯାଉଛି । ଚଳିତଥର ପ୍ରବାସୀ ଭାରତୀୟ ହେବେ ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବାସେଡର । ପ୍ରବାସୀ ଭାରତୀୟ ଦିବସ ପାଇଁ ଓଡ଼ିଶା ଆସିବାକୁ ଥିବା ଅତିଥି ଚିଲିକା ବୁଲିବା ସହ ବିଦେଶାଗତ ପକ୍ଷୀ ଦେଖି ପର୍ଯ୍ୟଟନର ଉପଭୋଗ କରି ପାରିବେ । ଏଥିପାଇଁ ଜଙ୍ଗଲ ବିଭାଗ ଓ ପର୍ଯ୍ୟଟନ ବିଭାଗ ତରଫରୁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା। ପ୍ରତିବର୍ଷ ଡିସେମ୍ବରରୁ ଫେବୃୟାରୀ 3 ମାସ ଭିତରେ ପ୍ରାୟ 10 ଲକ୍ଷ ପକ୍ଷୀ ଋଷିଆ, ସାଇବେରିଆ, ମଙ୍ଗୋଲିଆ ଭଳି ଦେଶରୁ ଆସିଥାନ୍ତି । ଜାନୁଆରୀ 6ରୁ 12 ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ସପ୍ତାହ ଧରି ଚିଲିକା, ମଙ୍ଗଳାଯୋଡି ଓ ନନ୍ଦନକାନନରେ ଚାଲିବ ଏହି ଉତ୍ସବ । 6ରୁ 8 ତାରିଖ ମଧ୍ୟରେ ପଞ୍ଜିକରଣ କରିଥିବା ପ୍ରତିଯୋଗୀ ମଙ୍ଗଳାଯୋଡି ଓ ନଳବଣରେ ପକ୍ଷୀମାନଙ୍କ ଫଟୋଗ୍ରାଫି କରିବାର ସୁଯୋଗ ପାଇବେ।ପ୍ରବାସୀ ଭାରତୀୟ ଦିବସକୁ ନଜରରେ ରଖି ଉଦଘାଟିତ ହୋଇଛି 5ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ। ଚଳିତ ଥର ପ୍ରବାସୀ ଭାରତୀୟ ହେବେ ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବାସଡର। ଆସନ୍ତା 8ରୁ 10 ପର୍ଯ୍ୟନ୍ତ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀରେ ଓଡିଶା ଆସିବାକୁ ଥିବା ଅତିଥି ଚିଲିକା ବୁଲିବା ସହ ବିଦେଶାଗତ ପକ୍ଷୀ ଦେଖି ପର୍ଯ୍ୟଟନର ମଜା ନେଇପାରିବେ। ଏଥିପାଇଁ ଜଙ୍ଗଲ ବିଭାଗ ଓ ପର୍ଯ୍ୟଟନ ବିଭାଗ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |