କୃଷ୍ଣପ୍ରସାଦ ବ୍ଲକ୍‌ରେ ବାର୍ଡ ଫ୍ଲୁ ସନ୍ଦେହ

ଭୁବନେଶ୍ୱର,୬।୧: ପୁରୀ ଜିଲା କୃଷ୍ଣ ପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ସନ୍ଦେହ କରାଯାଉଛି। ବିଭିନ୍ନ କୁକୁଡ଼ା ଫାର୍ମରେ ବହୁ ସଂଖ୍ୟାରେ କୁକୁଡ଼ା ମରିଥିବା ସୂଚନା ମିଳିଛି। ଏହାପରେ କିଛି ସ୍ଥାନରେ କାଉ ମରି ପଡ଼ିଥିବାରୁ ଏହି ଅଞ୍ଚଳରେ ବାର୍ଡ ଫ୍ଲୁ ହୋଇଥିବା ନେଇ ସନ୍ଦେହ କରାଯାଉଛି।କିଛିଦିନର ବ୍ୟବଧାନ ପରେ ପୁଣି ଓଡିଶାକୁ ଫେରିଛି ବାର୍ଡ ଫ୍ଲୁ। ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ବିଭିନ୍ନ କୁକୁଡ଼ା ଫର୍ମରେ ଶତାଧିକ ସଂଖ୍ୟାରେ କୁକୁଡ଼ା ମାରୁଥିବା ଦେଖାଯାଇଛି। ଯାହାକୁ ନେଇ କୃଷ୍ଣପ୍ରସାଦ ବ୍ଲକ୍‌ରେ ବାର୍ଡ ଫ୍ଲୁ ହୋଇଥବା ସନ୍ଦେହ କରାଯାଉଛି।ଗତ 5 ଦିନ ହେବ ଏହି କୁକୁଡା ମଡକ ଦେଖାଯାଇଥିବା ବେଳେ ଚିନ୍ତାରେ ରହିଛନ୍ତି ଚାଷୀ । କିନ୍ତୁ ବାର୍ଡ ଫ୍ଲୁ ନେଇ ପ୍ରଶାସନ ପକ୍ଷରୁ କୌଣସି ଘୋଷଣା କରାଯାଇନାହାନ୍ତି । ଚାଷୀମାନେ ପ୍ରଶାସନକୁ କୁକୁଡା ନମୁନା ପରୀକ୍ଷା କରିବା ପାଇଁ ନିବେଦନ କରିଛନ୍ତି । ସ୍ଥାନୀୟ ବାସିନ୍ଦା ଏନେଇ ଭୟଭୀତ ହୋଇ ରହିଛନ୍ତି ।ସ୍ଥାନୀୟ କୁକୁଡା ଚାଷୀଙ୍କ କହିବା ଅନୁସାରେ, ଗତ 5 ଦିନ ହେବ ଏହି ସମସ୍ୟା ଦେଖାଯାଇଥିଲେ ହେଁ ଆଜି ଅଧିକ କୁକୁଡା ମରିଯାଇଥିବା ଦେଖାଯାଇଥିଲା । କୁକୁଡାମାନେ ଦାନା ଖାଉଥିବା ବେଳେ ହିଁ ହଠାତ୍ ଚଳି ପଡୁଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!