ନେପାଳ,ତିବ୍ଦତ ଭୂକମ୍ପ

ନୂଆଦିଲ୍ଲୀ :   ନେପାଳରେ ମଙ୍ଗଳବାର ସକାଳେ  ୬ଟା ୩୫ରେ ଅନୁଭୂତ ହୋଇଥିବା ୭.୧ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଲଗାତାର ୭ ଥର ଅନୁଭୂତ ହୋଇଥିଲା । ଏଥିରେ ଅନେକ ବୃହତ୍ତକାୟ କୋଠା ଭୁଶୁଡିବାରୁ ଏହା ତଳେ ଅନେକ ଲୋକେ ଚାପି ହୋଇ ରହିଥିଲେ। ଏବେ ମଧ୍ୟ ଭଗ୍ନାବଶେଷ ତଳେ ଅନେକ ଚାପି ହୋଇ ରହିଥିବା ସୂଚନା ମିଳିଛି।ନେପାଳ,ତିବ୍ଦତ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ବଢୁଛି ମୃତ୍ୟୁ ସଂଖ୍ୟା । ନେପାଳ ସୀମା ଓ ତିବ୍ଦତରେ ଅନେକ ବିରାଟକାୟ କୋଠା ଭୁଶୁଡି ପ୍ରାୟ ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ବର୍ତ୍ତମାନ ମଧ୍ୟ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!