ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୭|୧ :ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହେବା ପାଇଁ ମାଇକ ରେ ଗ୍ରାମାଞ୍ଚଳରେ ପ୍ରଚାର କରାଯାଇ ଆଜି ବ୍ଳକ ପରିସରରେ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇଯାଇଛି l କିନ୍ତୁ ଯେଭଳି ପ୍ରଚାର କରାଇ ଥିଲା, ଗ୍ରାମାଞ୍ଚଳ ରୁ ବହୁ ଭିନ୍ନକ୍ଷମ ପରୀକ୍ଷା କରାଇବାକୁ ଆସି ସଖାଳ 10ଘଣ୍ଟା ସମୟରୁ ବ୍ଳକ ପରିସରରେ ଉପସ୍ଥିତ ହୋଇଥିଲେ l କିନ୍ତୁ ମଧ୍ୟାହ୍ନ 12 ଘଣ୍ଟା ପର୍ଯ୍ୟନ୍ତ ଉକ୍ତ ଶିବିର ଆରମ୍ଭ ହୋଇନ ଥିଲା ପରେ ଉକ୍ତ ଶିବିର ଆରମ୍ଭ ହୋଇ ଥିଲେ ହେଁ ଚେୟାର ଅଳ୍ପ ଥିବାରୁ ଭିନ୍ନକ୍ଷମ ମାନେ ତଳେ ବସିବା ଓ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା l ଉକ୍ତ ଭିନ୍ନକ୍ଷମ ଶିବିର କୁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ ଉଦଘାଟନ କରିଥିବା ବେଳେ ଅନେକ ଜନ ପ୍ରତିନିଧି ଓ ବ୍ଲକ କର୍ମଚାରି ମାନେ ଉପସ୍ଥିତି ଥିଲେ।ଏହି କାର୍ଯ୍ୟକ୍ରମ ରେ ଦାଇତ୍ୱ ରେ ଥିବା ଅଧିକାରୀମାନେ ସାମ୍ବାଦିକ ମାନଙ୍କୁ ସମ୍ପୂର୍ଣ ଅଣଦେଖା କରିଥିଲେ। ଭିନ୍ନକ୍ଷମ ମାନେ ତଳେ ବସିବା ଓ ତଳେ ଠିଆ ହୋଇ ଥିବା ବେଳେ ଅଧିକାରୀ ମାନଙ୍କ ନଜର ସାମ୍ବାଦିକ ମାନଙ୍କ ଆଡ଼େ ପଡିଥିଲେ ସୁଦ୍ଧା ବସିବାର ବ୍ୟବସ୍ଥା ନ ଥିବାରୁ ସାମ୍ବାଦିକ ମାନେ ଖବର ସଂଗ୍ରହ ଅଧାରୁ ସେହି ସ୍ଥାନ ପରିତ୍ୟାଗ କରି ପଳାଇ ଆସିଥିଲେ l ଏଭଳି ଅବ୍ୟବସ୍ଥା ନେଇ ପୂର୍ବରୁ ବିଡିଓଙ୍କ ଦୃଷ୍ଟି ଗୋଚର କରିଥିଲେ ବରିଷ୍ଠ ସାମ୍ବାଦିକ ରବି ନାରାୟଣ ମହାନ୍ତି ଏବଂ ସାମ୍ବାଦିକ ସଙ୍ଘ ସମ୍ପାଦକ ମିହିର ଶଙ୍କର ପାତ୍ର ତଥାପି ବ୍ଲକ କର୍ମଚାରୀ ଏଥିପ୍ରତି ଦୃଷ୍ଟି ନ ଦେଇ ଚୁପ ରହିଗଲେ l ସରକାରଙ୍କ ଯୋଜନା କୁ ସଫଳ ରୂପାୟନ କରିବା ବଦଳରେ ବାଟ ମାରଣା କରୁଛନ୍ତି ଏଭଳି ଅଧିକାରୀବୃନ୍ଦ l ଏପରି ଅବ୍ୟବସ୍ଥା ନେଇ ସମସ୍ତ ସାମ୍ବାଦିକ କ୍ଷୋଭ ପ୍ରକାଶ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି l ଏଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଡାବୁଗାଁ ସାମ୍ବାଦିକ ସଙ୍ଘ ଦାବୀ କରିଛି |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |