ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୭|୧ :ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ଆଜି ଏକ ନୂତନ ସାମ୍ବାଦିକ ସଂଘର କାର୍ଯ୍ୟାଳୟ ଶୁଭ ଉଦ୍ ଘାଟନ ହୋଇଯାଇଛି | ମାନ୍ୟବର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ କରିଥିଲେ।ସମ୍ମାନୀୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଜିଲ୍ଲାପରିଷଦ ସଭ୍ୟ ଧନସିଂ ଭତ୍ରା, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର,ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ବରିଷ୍ଟ ବିଜେଡି ନେତା ଏମ୍ ଆପା ରାଓ ସହ ଅନେକେ ବିଜେଡି କର୍ମୀ ଉପସ୍ଥିତ ଥିଲେ।ଆଜିର ଏହି କାର୍ଯ୍ୟକ୍ରମ ସମୟରେ |ଡାବୁଗାଁ ସାମ୍ବାଦିକ ସଂଘର ସଭାପତି ପ୍ରଜ୍ଞା ରଞ୍ଜନ ପରିଡା, ଉପ ସଭାପତି ଗଗନ ଗନ୍ତାୟତ, ସମ୍ପାଦକ ମିହିର ଶଙ୍କର ପାତ୍ର କୋଷାଧକ୍ଷ ସୁଶାନ୍ତ କୁମାର ପଣ୍ଡା, ରବି ମହାନ୍ତି, ପ୍ରସାଦ ସିଂ, ଡାକରୁସି କଳାର, ତରଣୀ ସେନ ଜେନା,ପଦମ ସାଏ ଭତରାଙ୍କ ସମେତ ସଂଘର ସମସ୍ତ ସଦର୍ଶ୍ ଉପସ୍ଥିତ ରହିଥିଲେ । ଆଜିଏହି ଶୁଭ ଅବସରରେ ବରିଷ୍ଠ ନାଗରିକ ମାନଙ୍କ ଗୃହ ମଧ ଡାବୁଗାଁ ବିଧାୟକ ଉଦଘାଟନ କରିଥିଲ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |