ଫେବ୍ରୁଆରୀ ୫ରେ ଭୋଟ୍ ୮ରେ ରେଜଲ୍ଟ

ନୂଆଦିଲ୍ଲୀ,୭।୧: ମଙ୍ଗଳବାର ଏକ ପ୍ରେସ କନଫରେନ୍ସ ମାଧ୍ୟମରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଏହି ନିର୍ବାଚନ ପାଇଁ ଫେବୃୟାରୀ ୫ରେ ମତଦାନ କରାଯିବ ଓ ୮ ଫେବୃଆରୀରେ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ। ମୋଟ ୭୦ଟି ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ।ଫେବ୍ରୁଆରୀ ୫ରେ ଭୋଟ୍ ୮ ଆସିବ ରେଜଲ୍ଟ । ଦିଲ୍ଲୀ ନିର୍ବାଚନ ପାଇଁ ହେଲା ତାରିଖ ଘୋଷଣା ।ଘୋଷଣା ହେଲା ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ । ଫେବ୍ରୁଆରୀ ୫ ତାରିଖରେ ପଡିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ । ସମସ୍ତ ୭୦ଟି ଯାକ ଆସନ ପାଇଁ ଗୋଟିଏ ପର୍ୟ୍ୟାୟରେ ଭୋଟ୍ ପଡିବ । ଏହାପରେ ଫେବ୍ରୁଆରୀ ୮ ତାରିଖରେ ଆସିବ ଦିଲ୍ଲୀ ନିର୍ବାଚନ ଫଳାଫଳ ।ନିର୍ବାଚନ କମିଶନଙ୍କ ସୂଚନା ମୁତାବକ, ଏଥର ୧.୫୫ କୋଟି ଭୋଟର ଦିଲ୍ଲୀ ସରକାର ବାଛିବାକୁ ଭୋଟ୍ ଦେବେ । ଯାହା ଭିତରୁ ୨.୦୮ ଲକ୍ଷ ହେଉଛନ୍ତି ପ୍ରଥମ ଥର ଭୋଟର । ସେହିପରି ଦିଲ୍ଲୀ ବିଧାନସଭା ନିର୍ବାଚନପାଇଁ ମୋଟ ୧୩ ହଜାର ୦୩୩ ପୋଲିଂ ଷ୍ଟେସନ୍ ରହିବ । ସମସ୍ତ ପୋଲିଂ ଷ୍ଟେସନରେ ଓ୍ୱେବକାଷ୍ଟିଂ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!