ନୂଆଦିଳ୍ଲୀ,୮।୧:ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ର ନୂତନ ମୁଖ୍ୟଙ୍କ ନାମ ଘୋଷଣା କରାଯାଇଛି। କେନ୍ଦ୍ର ସରକାର ଡକ୍ଟର ଭି ନାରାୟଣନଙ୍କୁ ଇସ୍ରୋର ନୂତନ ଅଧ୍ୟକ୍ଷ ଏବଂ ମହାକାଶ ବିଭାଗର ସଚିବ ଭାବେ ନିଯୁକ୍ତ କରିଛନ୍ତି।ସେ ଜାନୁଆରୀ ୧୪ରେ ବର୍ତ୍ତମାନର ଇସ୍ରୋ ମୁଖ୍ୟ ଏସ୍.ସୋମନାଥଙ୍କ ଦାୟିତ୍ୱ ଗ୍ରହଣ କରିବେ। କେନ୍ଦ୍ର ସରକାରଙ୍କ କ୍ୟାବିନେଟର ନିଯୁକ୍ତି କମିଟି ମଧ୍ୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। କୁହାଯାଇଛି ଯେ, ଜାନୁଆରୀ ୧୪ରୁ ଭି ନାରାୟଣନଙ୍କ ନିଯୁକ୍ତି ଦୁଇ ବର୍ଷ ହେବ। ସୋମନାଥ ତିନି ବର୍ଷ କାର୍ଯ୍ୟକାଳ ପାଇଁ ଜାନୁଆରୀ ୧୪, ୨୦୨୨ରେ ମହାକାଶ ବିଭାଗର ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।ଭି ନାରାୟଣଙ୍କର ପ୍ରାୟ ଚାରି ଦଶନ୍ଧିର ଅଭିଜ୍ଞତା ଅଛି। ସେ ଭାରତୀୟ ମହାକାଶ ସଂଗଠନରେ ଅନେକ ପ୍ରମୁଖ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ତାଙ୍କର ରକେଟ ଏବଂ ମହାକାଶଯାନ ପ୍ରବୃତ୍ତିରେ ପାରଦର୍ଶୀତା ଅଛି।୧୯୮୪ରେ ନାରାୟଣ ଇସ୍ରୋରେ ଯୋଗ ଦେଇଥିଲେ ଏବଂ କେନ୍ଦ୍ରର ନିର୍ଦ୍ଦେଶକ ହେବା ପୂର୍ବରୁ ବିଭିନ୍ନ ପଦବୀରେ ଅବସ୍ଥାପିତ ହୋଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |